ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଉରକେଲା ସରକାରୀ ହସ୍ପିଟାଲରେ ୨ ଡାକ୍ତର କରୋନା ସଂକ୍ରମିତ ହୋଇଛନ୍ତି। ସଂକ୍ରମିତ ୨ ଡାକ୍ତର ପ୍ରଥମେ କୋଭିଡ ଓ ପରେ ମେଡିକାଲ ଡ୍ୟୁଟିରେ ଥିଲେ। ରିପୋର୍ଟ ପଜିଟିଭ୍‌ ଆସିବା ପରେ ୨ ଡାକ୍ତରଙ୍କୁ କ୍ଵାରେଣ୍ଟାଇନ୍‌ରେ ରଖାଯାଇଛି। ଡାକ୍ତର କରୋନା ପଜିଟିଭ୍‌ ଆସିବା ପରେ ହସ୍ପିଟାଲକୁ ସାନିଟାଇଜ କରାଯାଇଛି।

ଡାକ୍ତରଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କ କଣ୍ଟାକ୍ଟଟ୍ରେସିଂ ମଧ୍ୟ କରାଯାଉଛି। ଅନ୍ୟପକ୍ଷରେ ରାଉରକେଲା ସ୍ପେଶାଲ ଜେଲ କ୍ଵାରେଣ୍ଟାଇନ୍‌ ସେଣ୍ଟରରେ ୬ ଅନ୍ତେବାସୀ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଆଜି ରାଜ୍ୟରେ ୭୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସୁନ୍ଦରଗଡ଼ର ୧୮ ଜଣ ରହିଛନ୍ତି। ଏହାସହ ସୁନ୍ଦରଗଡ଼ରେ ଆକ୍ରାନ୍ତଙ୍କ ସଂଖ୍ୟା ୯୯ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

ବର୍ତ୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮୫୬କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୧୭୧୬ ଜଣ ସୁସ୍ଥ ହୋଇଥିବାବେଳେ ୯ ଜଣ ପ୍ରାଣ ହରାଇଛନ୍ତି। ବାକି ୧୧୨୯ ଜଣ ଏବେ ବି ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Comment