ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟ ପାଇଁ ଖୁସି ଖବର। ସୁସ୍ଥ ହେଲେ ଆଉ ୯୯ କରୋନା ଆକ୍ରାନ୍ତ। ଏହାସହ ରାଜ୍ୟରେ ୧,୯୯୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ସୂଚନା ଦେଇଛି ରାଜ୍ୟ ସ୍ଵାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ।

ସୁସ୍ଥ ହୋଇଥିବା ୯୯ ଜଣଙ୍କ ମଧ୍ୟରେ ଯାଜପୁରରୁ ସର୍ବାଧିକ ୧୬ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୧୩, କେନ୍ଦ୍ରାପଡ଼ାରୁ ୧୧, ଗଞ୍ଜାମରୁ ୯, ଦେବଗଡ଼ରୁ ୮, କଟକ ଓ ଜଗତସିଂହପୁରରୁ ୭ ଜଣ ଲେଖାଏଁ, ବାଲେଶ୍ଵର, ବଲାଙ୍ଗିର ଓ ବରଗଡ଼ରୁ ୬ ଜଣ ଲେଖାଏଁ, କେନ୍ଦୁଝରରୁ ୪ ଜଣ ଓ ନୟାଗଡ଼ରୁ ୩ ଜଣ ସୁସ୍ଥ ହୋଇଛନ୍ତି।

ସେହିପରି ଆଜି ରାଜ୍ୟରେ ୧୩୮ ନୂଆ ପଜିଟିଭ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୧୨୫ ଜଣ କ୍ୱାରେଣ୍ଟାଇନରେ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି। ସେହିଭଳି ବାକି ୧୩ ଜଣ ସ୍ଥାନୀୟ ଲୋକ ବୋଲି ଜଣା ପଡ଼ିଛି।

ଏହାସହ ବର୍ତ୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୯୯୪ରେ ପହଞ୍ଚିଛି। ସେଥି ମଧ୍ୟରୁ ୧,୯୯୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୯୯୦ ଜଣ ସକ୍ରିୟ ରହିଛନ୍ତି।

Comment