ଓଡ଼ିଶାଲାଇଭ୍‌ ବ୍ୟୁରୋ

କ୍ଵାରେଣ୍ଟାଇନ୍ ସେଣ୍ଟରରେ ଜଣେ କୋଲକାତା ଫେରନ୍ତାଙ୍କ ମୃତ୍ୟୁ। ଭଦ୍ରକ କୋର୍କୋରା କ୍ଵାରେଣ୍ଟାଇନ୍ ସେଣ୍ଟରରେ ଏହି ଅଘଟଣ ଘଟିଛି।

ମୃତକ ଜଣକ ହେଲେ ସେହି ଗାଁର ରାଧାଶ୍ୟାମ ପାଣି । ସେ ମଙ୍ଗଳବାର ରାତିରେ ନିଜ ସମ୍ପର୍କୀୟଙ୍କ ସହ କୋଲକାତାରୁ ଫେରି କ୍ୱାରେଣ୍ଟନ୍‌ ସେଣ୍ଟରରେ ରହିଥିଲେ। ବୁଧବାର ସକାଳୁ ତାଙ୍କର ମୃତ୍ୟୁ ହୋଇଥିବା କ୍ୱାରେଣ୍ଟାଇନ ସେଣ୍ଟରର ନୋଡାଲ ଅଫିସର ସ୍ପଷ୍ଟ କରିଛନ୍ତି। ତେବେ କେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଛି ତାହା ଜଣାପଡ଼ିନି।

ପୋଲିସ ଓ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।

Comment