ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଣି ବାତିଲ ହେଲା ଡିଏଲ୍‌/ଏଲ୍‌ଏଲ୍‌ ସ୍ଲଟ ବୁକିଂ। ଏହାକୁ ବାତିଲ ଘୋଷଣା କଲେ ରାଜ୍ୟ ସରକାର। ଡିଏଲ୍‌/ଏଲ୍‌ଏଲ୍‌ ପାଇଁ ଆରଟିଓ ଅଫିସ ଆସିବାକୁ ମନାକଲା ପରିବହନ ବିଭାଗ। ଏକ ବିଜ୍ଞପ୍ତି ଜରିଆରେ ଏନେଇ ସ୍ପଷ୍ଟ କଲେ ପରିବହନ ନିଗମ କର୍ତ୍ତୃପକ୍ଷ।

ମାର୍ଚ୍ଚ ୧୮ରୁ ସେପ୍ଟେମ୍ଵର ୩୦ ମଧ୍ୟରେ ଅବଧି ସରୁଥିଲେ ମଧ୍ୟ ଏହା ଆଗକୁ କାଏମ ରହିବ। ଏହାସହ ଯେଉଁମାନେ ଡିଏଲ୍‌/ଏଲ୍‌ଏଲ୍‌ ସ୍ଲଟ ବୁକିଂ ପାଇଁ ପେମେଣ୍ଟ କରିଛନ୍ତି ତାହା ମଧ୍ୟ କାଏମ ରହିବ।

ଡିଏଲ୍‌/ଏଲ୍‌ଏଲ୍‌ ପାଇଁ ଆଜି ସ୍ଲଟ ବୁକିଂ ହୋଇଥାନ୍ତା। ହେଲେ ସାଇଟ୍‌ ଖୋଲୁ ନଥିବା ଯୋଗୁଁ ଲୋକମାନେ ବୁକିଂ କରି ପାରିନଥିଲେ। ବର୍ତ୍ତମାନ ଏହି ସମୟ ସୀମାକୁ ପୁଣି ବାତିଲ କରିଛନ୍ତି ସରକାର।

Comment