ଓଡ଼ିଶାଲାଇଭ୍ ବ୍ୟୁରୋ

ଲର୍ଣ୍ଣର ଲାଇସେନ୍ସ ଡ୍ରାଇଭିଂ ଲାଇସେନ୍ସ ପାଇଁ ଅନ୍ଲାଇନ୍ରେ ମିଳିବ ଡାକ୍ତରୀ ସାର୍ଟିଫିକେଟ। ପରିବହନ ବିଭାଗ ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଛି ସାରଥୀ ପୋର୍ଟାଲ ମାଧ୍ୟମରେ ଏହି ସେବା ଉପଲବ୍ଧ ହେବ। ପୋର୍ଟାଲରେ ପଞ୍ଜୀକୃତ ଡାକ୍ତର ଏହି ମେଡିକାଲ୍‌ ସାର୍ଟିଫିକେଟ ଦେବେ

ଏମବିବିଏସ ବା ତାଠାରୁ ଅଧିକ ଯୋଗ୍ୟତାଧାରୀ ଡାକ୍ତର ପୋର୍ଟାଲରେ ନିଜକୁ ମାଗଣାରେ ପଞ୍ଜୀକରଣ କରାଇପାରିବେ। ଏହି ପଞ୍ଜୀକୃତ ଡାକ୍ତରମାନେ ହିଁ ଅନ୍ଲାଇନ୍‌ରେ ଡିଏଲ୍ ବା ଏଲ୍ଏ ସାର୍ଟିଫିକେଟ୍ ଦେବେ।

ଏହାଦ୍ୱାରା ଆଉ କେହି ନକଲି ଡାକ୍ତରୀ ପ୍ରମାଣପତ୍ର ଅପ୍ଲୋଡ୍କରିପାରିବେ ନାହିଁ ବୋଲି ପରିବହନ ବିଭାଗ ପକ୍ଷରୁ କୁହାଯାଇଛି ଅଫିସରେ ଭିଡ଼ କମାଇବା ସହିତ ପୁରା ବ୍ୟବସ୍ଥାକୁ ସ୍ୱଚ୍ଛ କରିବା ପାଇଁ ଏହି ବ୍ୟବସ୍ଥା ଆରମ୍ଭ ହୋଇଛି ଏଠାରେ ଆବେଦନକାରୀ ବିନା ଅସୁବିଧାରେ ସିଧାସଳଖ ମେଡିକାଲ ସାର୍ଟିଫିକେଟ୍ପାଇପାରିବେ   

Tags: #LearnerLicense #DrivingLicense #NewRule #RTO #Odisha #OnlineMedicalCertificate

Comment