ଓଡ଼ିଶାଲାଇଭ୍ ବ୍ୟୁରୋ

ଗାଡ଼ି ଚାଳକମାନଙ୍କ ପାଇଁ ବଡ଼ ଖବର। ଏଣିକି ରାସ୍ତାରେ ନିୟମ ମାନି ଗାଡ଼ି ନଚଲେଇଲେ ବାତିଲ୍ ହୋଇପାରେ ଡ୍ରାଇଭିଂ ଲାଇସେନ୍ସ। ଅମାନିଆଙ୍କୁ ସାବାଡ୍ କରିବାକୁ ଯାଇ ଏଭଳି ନିୟମ କରିଛନ୍ତି ପରିବହନ କମିସନର।

ପୂର୍ବରୁ ଟ୍ରାଫିକ୍ ନିୟମ ଭାଙ୍ଗିଲେ ଉଲ୍ଲଘଂନକାରୀଙ୍କଠାରୁ କେବଳ ଫାଇନ୍ ଆଦାୟ କରାଯାଉଥିଲା। ହେଲେ ଏବେ ସେମାନଙ୍କର ଡ୍ରାଇଭିଂ ଲାଇସେନ୍ସକୁ ୩ ମାସ ପାଇଁ ବାତିଲ୍ କରିଦିଆଯିବ ବୋଲି ସୂଚନା ମିଳିଛି।BGUଯଦି କୌଣସି ଗାଡ଼ି ଚାଳକ ଟ୍ରାଫିକ୍ ନିୟମ ନମାନି କିମ୍ବା ନିଶା ଖାଇ ଗାଡ଼ି ଚଳାଇବେ ତେବେ ତାଙ୍କର ଲାଇସେନ୍ସକୁ ତିନି ମାସ ପାଇଁ ବାତିଲ୍ କରିଦିଆଯିବ। ସେହିଭଳି ଧାର୍ଯ୍ୟ ନିୟମରୁ ଅଧିକ ବେଗରେ ଗାଡ଼ି ଚଲେଇଲେ, ଟ୍ରାଫିକରେ ରେଡ୍ ଲାଇଟ୍ ନିୟମ ନମାନିଲେ, ଗାଡ଼ିରେ ଓଭରଲୋଡିଂ କିମ୍ବା ମାଲଗାଡ଼ିରେ ଯାତ୍ରୀ ନେବା ଆଣିବା କଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ମିଳିଛି।

ଏହାପୂର୍ବରୁ ମଧ୍ୟ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନୂଆ ମୋଟର ଯାନ ଆଇନରେ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଥିଲା। ଯେଉଁଥିରେ ଟ୍ରାଫିକ୍ ନିୟମ ଭାଙ୍ଗିଲେ ଗାଡ଼ି ଚାଳକମାନଙ୍କୁ ମୋଟ ଅଙ୍କର ଜରିମାନା ଦେବାକୁ ପଡ଼ୁଥିଲା।

Comment