ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆ ମୋଟରଯାନ ଆଇନ୍ ଅନୁଯାୟୀ ଆଜିଠୁ ଲାଗୁ ହୋଇଛି ନୂଆ ନିୟମ। ଏଣିକି ଗାଡ଼ି ଚଳାଇବା ସମୟରେ ଡ୍ରାଇଭିଂ ଲାଇସେନ୍ସ କିମ୍ବା ଗାଡ଼ି କାଗଜପତ୍ରର ଅରଜିନାଲ୍ କପି ରଖିବା ବାଧ୍ୟତାମୂଳକ ନୁହେଁ।

ଅସଲ କପି ରଖିନଥିଲେ ମଧ୍ୟ ଟ୍ରାଫିକ୍  ପୋଲିସ୍ କୌଣସି ଗାଡ଼ିଚାଳକଙ୍କୁ ଫାଇନ୍ କରିପାରିବେ ନାହିଁ। ହେଲେ ଏହାବଦଳରେ ଆପଣଙ୍କୁ କିଛି ନିୟମ ମାନିବାକୁ ପଡ଼ିବ।

ଏହାର ବଦଳରେ ଗାଡ଼ି ଚାଳକଙ୍କୁ ନିଜ ଫୋନରେ ଡିଜି ଲକ୍ କିମ୍ବା ଏମ ପରିବହନ ଆପ୍ ଲୋଡ୍ କରିବାକୁ ପଡ଼ିବ। ଏହି ଆପରେ ଆପଣ ନିଜ ଗାଡ଼ି କାଗଜପତ୍ର, ଡ୍ରାଇଭିଂ ଲାଇସେନ୍ସ, ପ୍ରଦୁଷଣ ସାର୍ଟିଫିକେଟ୍ ଆଦିର ଡିଜିଟାଲ୍ କପି ରଖିପାରିବେ। ଏହାକୁ ଦେଖାଇଲେ ଟ୍ରାଫିକ୍ ପୋଲିସ୍ ଆପଣଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେବେ ନାହିଁ।

Comment