ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୁନିଆରେ କୌଣସି କାମ ଅସମ୍ଭବ ନୁହେଁ, ଦୃଢ଼ ଇଚ୍ଛାଶକ୍ତି, ନିଷ୍ଠା ଓ ମନରେ ସାହସ ବାନ୍ଧିଲେ ସବୁକିଛି ସମ୍ଭବ ହୋଇପାରେ। ଏ କଥାକୁ ପ୍ରମାଣ କରି ଦେଖାଇଛନ୍ତି କେରଳର ଥାଲିଡୋମାଇଡର କରିମାନୂର ଗାଁର ୨୮ ବର୍ଷୀୟା ଯୁବତୀ ଜିଲୁମୋଲ ମ୍ୟାରିଟ ଥୋମାସ। ତାଙ୍କର ଦୁଇଟି ଯାକ ହାତ ନାହିଁ ଏହା ସତ୍ତ୍ୱେ ସେ ଗୋଡ଼ରେ କାର୍‌ ଚଳାଉଛନ୍ତି।

ଏହି କାମ ଯୋଗୁଁ ଏବେ ସେ ସାରାବିଶ୍ୱରେ ପରିଚିତ ହୋଇଛନ୍ତି। କେବଳ ଏତିକି ନୁହେଁ  ହାତ ନଥାଇ ଡ୍ରାଇଭିଂ ଲାଇସେନ୍ସ ପାଇଥିବା ଏସିଆର ପ୍ରଥମ ମହିଳା ଭାବେ ସେ ଏହି ସଫଳତା ହାସଲ କରିଛନ୍ତି।

ଜିଲୁମୋଲଙ୍କର ଜନ୍ମରୁ ଦୁଇ ହାତ ନାହିଁ। ଏହାସତ୍ତ୍ୱେ ପିଲାବେଳୁ ତାଙ୍କର ଗାଡ଼ି ଚଳାଇବାକୁ ନିଶା ଥିଲା। ଏଥିପାଇଁ ସେ ସବୁବେଳେ ଚେଷ୍ଟା କରୁଥିଲେ। ଧୀରେ ଧୀରେ ଅଭ୍ୟାସ କରି ପିଲାବେଳର ଏହି ଇଚ୍ଛାକୁ ସେ ପୂରଣ କରିପାରିଛନ୍ତି।

ଗୋଡ ସାହାଯ୍ୟରେ ସେ କାର୍‌ ଡୋର୍‌ ଖୋଲିବା, ସିଟ୍‌ ବେଲ୍ଟ ବାନ୍ଧିବା, ବ୍ରେକ ଉପରେ ନିୟନ୍ତ୍ରଣ ରଖିବା, ଷ୍ଟେରିଂ ମୋଡ଼ିବା କାମ କରୁଛନ୍ତି। ଏମିତିକି ଗାଡ଼ି ଚଳାଇବା ସମୟର ତାଙ୍କର ଅନେକ ଭିଡିଓ ବି ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତାଙ୍କର ସାହସ ପାଇଁ ଅନେକ ସୋସିଆଲ ମିଡିଆ ୟୁଜର୍ସ ବି ତାଙ୍କୁ ସଲାମ କରିଛନ୍ତି।

ତାଙ୍କର ଏହି କାର୍ଯ୍ୟ ପାଇଁ ମହିନ୍ଦ୍ରା ଗ୍ରୁପ‌ ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ଯୁବତୀଙ୍କର ପ୍ରଶଂସା କରିଛନ୍ତି। କେବଳ ଗାଡ଼ି ଚଳାଇବା ନୁହେଁ ଜିଲୁମୋଲ ଗୋଡ଼ ସାହାଯ୍ୟରେ ଭଲ ପେଣ୍ଟିଂ ମଧ୍ୟ କରିଥାନ୍ତି।

Comment