ଓଡ଼ିଶାଲାଇଭ୍ ବ୍ୟୁରୋ

ଗାଡ଼ି ଚଲାଉଥିବା ପ୍ରତ୍ୟେକ ବ୍ୟକ୍ତି ପାଇଁ ଡ୍ରାଇଭିଂ ଲାଇସେନ୍ସ ନିହାତି ଜରୁରୀ। ତେବେ ଡ୍ରାଇଭିଂ ଲାଇସେନ୍ସ କରିବା ପୂର୍ବରୁ ପ୍ରଥମେ ଲର୍ଣ୍ଣିଂ ଲାଇସେନ୍ସ କରିବାକୁ ପଡ଼ିଥାଏ। କିନ୍ତୁ ଯଦି ଆପଣ ଲର୍ଣ୍ଣିଂ ଲାଇସେନ୍ସ କରିନାହାନ୍ତି କିମ୍ବା କରୋନା ଯୋଗୁଁ ବାହାରକୁ ଯିବାକୁ ଚାହୁଁନାହାନ୍ତି ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ। କାରଣ ଏବେ ଆପଣ ଘରେ ବସି ମଧ୍ୟ ଲର୍ଣ୍ଣିଂ ଲାଇସେନ୍ସ ପାଇପାରିବେ। ତେବେ ଏହା କିପରି ସମ୍ଭବ ଆସନ୍ତୁ ଜାଣିବା…

ବର୍ତ୍ତମାନ କରୋନା ଯୋଗୁଁ କେତେକ ରାଜ୍ୟରେ ଲାଇସେନ୍ସ ଟେଷ୍ଟ ବନ୍ଦ କରିଦିଆଯାଇଛି। ତେଣୁ ପ୍ରଥମେ ଆପଣ ନିଜ ରାଜ୍ୟର ନିୟମ ବିଷୟରେ ଜାଣିନିଅନ୍ତୁ। ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଆପଣଙ୍କର ଆଧାର କାର୍ଡ, ଜନ୍ମ ପ୍ରମାଣପତ୍ର, ପାସ୍‌ପୋର୍ଟ ସାଇଜ୍ ଫଟୋ ଓ ବ୍ଲଡଗ୍ରୁପ୍ ଦରକାର ହେବ।ଲଣ୍ଣର୍ସ ଲାଇସେନ୍ସ ପାଇଁ ପ୍ରଥମେ ସରକାରୀ ୱେବସାଇଟ୍ http://ps\parivahan.gov.in କୁ ଖୋଲିବାକୁ ପଡ଼ିବ। ଏହାପରେ ନିଜ ରାଜ୍ୟକୁ ଚୟନ କରି ବାମ ପାର୍ଶ୍ଵରେ ଥିବା ନ୍ୟୁ ଲର୍ଣ୍ଣର୍ସ ଲାଇସେନ୍ସ ଉପରେ କ୍ଲିକ୍ କରିବାକୁ ହେବ।

ଏହାପରେ ଆପଣଙ୍କୁ ଅନ୍‌ଲାଇନ୍ ଲର୍ଣ୍ଣର୍ସ ଲାଇସେନ୍ସ ଆବେଦନ ଫର୍ମ ପୂରଣ କରିବାକୁ ହେବ। ଏଥିରେ ଆପଣଙ୍କୁ ନିଜ ଆର୍‌ଟିଓ ଅଫିସ୍‌ଠାରୁ ଆରମ୍ଭ କରି ନିଜ ନାଁ, ଘର ଠିକଣା, ଜନ୍ମ ତାରିଖ ଓ ସ୍ଥାନ, ମୋବାଇଲ ନମ୍ବର ପରି ତଥ୍ୟ ପୂରଣ କରିବାକୁ ହେବ। ଏହାପରେ ଆପଣ କେଉଁ ଗାଡ଼ି ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି ତାହା ସ୍ପଷ୍ଟ କରିବାକୁ ପଡ଼ିବ।ଏସବୁ କରିବା ପରେ ଆପଣଙ୍କୁ ଆବେଦନ ଶୁଳ୍କ ଦେବାକୁ ପଡ଼ିବ। ସେହି ଆବେଦନ ସଂଖ୍ୟାକୁ ନୋଟ୍ କରିବାକୁ ହେବ। ଏହାପରେ ଆପଣଙ୍କୁ ଟେଷ୍ଟିଂ ତାରିଖ ଦିଆଯିବ ଏବଂ ସଫଳ ହେବା ପରେ ଆପଣଙ୍କ ଲର୍ଣ୍ଣିଂ ଲାଇସେନ୍ସ ମିଳିଯିବ। ଏହାପରେ ଆପଣ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିପାରିବେ।

Comment