ଓଡ଼ିଶାଲାଇଭ୍ ବ୍ୟରୋ

ଗାଡ଼ି ଚାଳକଙ୍କ ପାଇଁ ଖୁସି ଖବର। ରାଜ୍ୟରେ ବଢ଼ିଲା ଲର୍ଣ୍ଣିଂ ଲାଇସେନ୍ସ ଅବଧି। ଡ୍ରାଇଭିଂ ଲାଇସେନ୍ସ ଆବେଦନ କରିବାକୁ ଚାହୁଁଥିବା ବ୍ୟକ୍ତିମାନେ ଜୁନ ୩୦ଯାଏଁ ଆବେଦନ କରିପାରିବେ। ଏନେଇ ରାଜ୍ୟସରକାରଙ୍କର ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଯେଉଁମାନଙ୍କର ଲର୍ଣ୍ଣିଂ ଲାଇସେନ୍ସ ଅବଧି ସରିଯାଇଥିବ, ତେବେ ତାହାକୁ ବୈଧ ଘୋଷଣା କରାଯିବ। କରୋନାର ଲେଉଟାଣୀକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ଡିଏଲ କରିବା ପାଇଁ ଅନେକ ଏଲଏଲଧାରୀ ଅପେକ୍ଷାରେ ରହିଛନ୍ତି। ଏଭଳି ସ୍ଥିତିରେ ଆବେଦନର ସମୟସୀମାକୁ ବୃଦ୍ଧି କରାଯାଇଛି।

ପୂର୍ବ ବର୍ଷ କରୋନାର ଭୟବହତାକୁ ଦେଖି ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଲର୍ଣ୍ଣିଂ ଲାଇସେନ୍ସ ଅବଧି ବୃଦ୍ଧି କରାଯାଇଥିଲା। କିନ୍ତୁ ଏବେ ପୁଣିଥରେ ଜୁନ୍ ୩୦ ପର୍ଯ୍ୟନ୍ତ ଏହାକୁ ବୃଦ୍ଧି କରାଯାଇଛି। ଏହିସମୟ ମଧ୍ୟରେ ନୂଆ ଗାଡ଼ି ଚାଳକଙ୍କ ସମେତ ସମସ୍ତ ଲର୍ଣ୍ଣିଂ ଲାଇସେନ୍ସଧାରୀ ଡ୍ରାଇଭିଂ ଲାଇସେନ୍ସ ଆବେଦନ କରିପାରିବେ। ଏ ସମ୍ପର୍କରେ ଏସଟିଏ ତରଫରୁ ଟୁଇଟ ଜରିଆରେ ସୂଚନା ଦିଆଯାଇଛି।

Comment