ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାର୍ଚ୍ଚ ୨୪, ଅଦୃଶ୍ୟ ଶତ୍ରୁ କରୋନା ପାଇଁ ଭାରତରେ ଲକଡାଉନ୍‌ ଘୋଷଣା ହେଲା। ରାସ୍ତାଘାଟ ନିରବ, ଗାଁ ଗହଳି ଶୂନଶାନ, ଦୋକାନ, ମଲ, ବଜାର ବନ୍ଦ। କାରଖାନା ଏବଂ ବିଦ୍ୟାଳୟ, କାର୍ଯ୍ୟାଳୟ ଏବଂ ମଲ୍ ସବୁ ବନ୍ଦ ହୋଇଯାଇଥିଲା। ଆମ ଇତିହାସରେ ଏହା ଏକ ଅସାଧାରଣ ସମୟ ଥିଲା।

ଏକ ମହାମାରୀ ପାଇଁ ପୂରା ଦେଶ କିଭଳି ଠପ୍‌ ହୋଇ ପଡ଼ିଥିଲା ଏହା ଆଗାମୀ ପିଢ଼ି ଦେଖିବା ମଧ୍ୟ ଆବଶ୍ୟକ। ସେଥିପାଇଁ ସିନେ ପ୍ରଯୋଜକ ଭାରତବାଲା ଲକଡାଉନ ମଧ୍ୟରେ ପ୍ରସ୍ତୁତ କରିଛନ୍ତି ଏକ ସର୍ଟ ଫିଲ୍ମ। ୪ ମିନିଟ ୧୦ ସେକେଣ୍ଡର ଏହି ଫିଲ୍ମକୁ ୧୧ଟି ଭାଷାରେ ନିର୍ମାଣ କରାଯାଇଛି।  ହିନ୍ଦୀରେ ଉଠେଙ୍ଗେ ହମ୍‌, ଇଂରାଜୀରେ ଉଇ ଉଇଲ ରାଇଜ, ଓଡ଼ିଆରେ ଉଠିବା ଆମେ।

ସମସ୍ତ ଭାରତୀୟ ଲକଡାଉନରେ ରହିଥିବାବେଳେ ଚଳଚ୍ଚିତ୍ର ନିର୍ମାତା ଭରତବାଲା ଏବଂ ତାଙ୍କର ୧୧୭ ଜଣିଆ ଏକ ଟିମ୍‌ ପ୍ରାୟ ୧୫ ଜଣ ଟି ଫିଲ୍ମ କ୍ରୁଙ୍କୁ ନେଇ ଦେଶବ୍ୟାପୀ ଲକଡାଉନ୍ ଭିଜୁଆଲ୍ କ୍ୟାପଚର କରିବାକୁ ବାହାରିଥିଲେ।

ଏଥିରେ ଦେଶବ୍ୟାପୀ ଲକଡାଉନ ସମୟର ଘଟଣାବଳୀ, ପ୍ରବାସୀ ଶ୍ରମିକଙ୍କ ଜୀବନ ଓ ଆହୁରି ହୃଦୟସ୍ପର୍ଶୀ ଦୃଶ୍ୟମାନକୁ ସ୍ଥାନ ଦିଆଯାଇଛି। ଭାରତବାଲାଙ୍କ ତତ୍ତ୍ୱାବଧାନରେ ୧୪ଟି ରାଜ୍ୟରେ ଏହି ଫିଲ୍ମର ୟୁନିଟ ସଦସ୍ୟମାନେ ଭିଜୁଆଲକୁ ବମ୍ବେସ୍ଥିତ ସିନେମାର ମୁଖ୍ୟ କଣ୍ଟ୍ରୋଲ ରୁମ୍‌କୁ ପଠାଇଥିଲେ। ଯେଉଁଠି ଫିଲ୍ମଟି ପ୍ରସ୍ତୁତ ହୋଇଥିଲା। ଗୁରୁତ୍ୱପୂର୍ଣ୍ଣ କଥା ଏହି ଭର୍ଚୁଆଲ ଭାରତ ବ୍ୟାନରରେ ନିର୍ମିତ ଫିଲ୍ମରେ ଭଏସ୍ ଦେଇଛନ୍ତି ସୀମା ବିଶ୍ୱାସ, ଯିଏ ‘ବ୍ୟାଣ୍ଡିଟ୍ କୁଇନ’ ପାଇଁ ଚର୍ଚ୍ଚାକୁ ଆସିଥିଲେ।

ଏହାପୂର୍ବରୁ ଭାରତବାଲା  ବନ୍ଦେ ମାତରମ, ଜନଗଣମନ ଅଧି, ଇନକ୍ରେଡବଲ ଇଣ୍ଡିଆ  ଭିଡିଓ ପ୍ରସ୍ତୁତ କରି ଚର୍ଚ୍ଚାକୁ ଆସିଥିଲେ।

Comment