ଓଡ଼ିଶାଲାଇଭ୍ ବ୍ୟୁରୋ

ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକର ପୂର୍ବତନ ବିଡିଓ ଦେବୀ ପ୍ରସାଦ ମହାନ୍ତିଙ୍କ ଉପରେ  ଦୁର୍ବୃତ୍ତଙ୍କ ଆକ୍ରମଣ। ରବିବାର ଅପରାହଣ ସାଢ଼େ ୪ଟା ସମୟରେ ବ୍ଲକରେ ଥିବା ବିଡିଓ କ୍ୱାଟର୍ସ ଉପରେ କେତେକ ଦୁର୍ବୃତ୍ତ ଟେକା ପଥର ମାଡ଼ କରିଛନ୍ତି।

ରବିବାର ୪/୫ ଜଣ ଅପରିଚିତ ବ୍ୟକ୍ତି ଦେବୀ ପ୍ରସାଦଙ୍କ ସରକାରୀ ବାସଭବନ ଉପରକୁ ଟେକାପଥର ମାଡ କରି ଘଟଣାସ୍ଥଳରୁ ପଳାଇ ଯାଇଛନ୍ତି। ଆକ୍ରମଣରେ ବିଡିଓଙ୍କ ବାସଭବନର କେତେକ ଝରକା ଓ କବାଟ ଭାଙ୍ଗିଯାଇଛି। ଏନେଇ ଦଶପଲ୍ଲା ଥାନାରେ ଏକ ଅଭିଯୋଗ ଦାଖଲ ହୋଇଛି। ପୋଲିସ ପ୍ରାଥମିକ ତଦନ୍ତ କରି ସିସିଟିଭି କ୍ୟାମେରା ଫୁଟେଜ୍ ଅନୁଧ୍ୟାନ କରୁଛି। ଘଟଣାସ୍ଥଳରୁ ଏକ ବାଇକ ଜବତ ହୋଇଥିବାବେଳ ଖୁବଶୀଘ୍ର ଅଭିଯୁକ୍ତମାନେ ଧରାପଡ଼ିବେ ବୋଲି ପୋଲିସ କହିଛି।ଦେବୀପ୍ରସାଦ ମହାନ୍ତିଙ୍କର ଜୁନ୍ ୧୦ ତାରିଖରେ ଦଶପଲ୍ଲା ବିଡିଓ ପଦବୀରୁ ଅନ୍ୟତ୍ର ବଦଳି ହୋଇଯାଇଛି । ହେଲେ ସେ ସରକାରୀ ବାସଭବନ ଛାଡ଼ିନଥିଲେ। ବିଭିନ୍ନ କାର୍ଯ୍ୟକୁ ନେଇ ଦେବୀପ୍ରସାଦ ବିବାଦୀୟ ହୋଇ ପଡ଼ିଥିଲେ। ସାଧାରଣ ଲୋକଙ୍କ ଉପରେ ଜୁଲମ ଓ ଲୋକପ୍ରତିନିଧିଙ୍କୁ ଅଣଦେଖା ନେଇ ତାଙ୍କ ନାଆଁରେ ଅଭିଯୋଗ ହୋଇଥିଲା।

Comment