ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂରେ ୧୫ଟି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହୋଇଛନ୍ତି। କରୋନାର ସ୍ଥିତି ସମୀକ୍ଷା କରିଛନ୍ତି। ଏହି ଆଲୋଚନା ବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ଟି ଦାବି ପ୍ରଧାନମନ୍ତ୍ରୀଙ୍କ ପାଖରେ ରଖିଥିଲେ।

ରାଜ୍ୟରେ ଯୁକ୍ତ ୨ ପରୀକ୍ଷା ଶେଷ ହେବା ପରେ ଜାତୀୟ ସ୍ତରୀୟ ପ୍ରବେଶିକା ପରୀକ୍ଷା କରିବା ପାଇଁ ନବୀନ ଦାବି କରିଛନ୍ତି। ଉପସାଗରୀୟ ଦେଶମାନଙ୍କରେ ଫସି ରହିଥିବା ଓଡ଼ିଆଙ୍କୁ ଫେରାଇ ଆଣିବା ଲାଗି ମଧ୍ୟ ନବୀନ ମୋଦୀଙ୍କ ନିକଟରେ ଦାବି ରଖିଛନ୍ତି।

ଜୁନ୍‌ ମାସ ଓଡ଼ିଶା ପାଇଁ ଗୁରୁତ୍ୱପୂର୍ଣ୍ଣ ଥିବାରୁ ଟ୍ରେନ ଓ ବିମାନ ଯାତ୍ରାରେ ପୂର୍ବଭଳି କଟକଣା ରଖିବାକୁ ନବୀନ ଦାବି କରିଛନ୍ତି।

ଲକ୍‌ଡାଉନ୍‌ ହଟିବା ପରେ ସାରା ଦେଶରେ ଅନଲକ୍‌ ୱାନ ଜାରି ହୋଇଛି। ଏହି ନିୟମ ଲାଗୁ ହେବାର ଗୋଟିଏ ସପ୍ତାହ ପରେ ପ୍ରଧାନମନ୍ତ୍ରୀ ମୋଦୀ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରି ମତାମତ ନେଇଥିଲେ।

Comment