ଓଡ଼ିଶାଲାଇଭ୍ ବ୍ୟୁରୋ

sunil kumar-2

କିଛି ଦିନ ତଳେ ମାଙ୍କ ସହ କଥା ହୋଇଥିଲେ, ଏଥର ଛୁଟିରେ ଘରକୁ ଆସିଲେ ବାପାଙ୍କ ଚିକିତ୍ସା କରେଇବେ। ହେଲେ ଅଧାରେ ରହିଗଲା ମାଙ୍କୁ ଦେଇଥିବା ଏହି ପ୍ରତିଶ୍ରୁତି। ଗତ ସୋମବାର ଲଦାଖର ଗଲଓ୍ୱାନ ହିଂସାରେ ସହିଦ ହୋଇଯାଇଛନ୍ତି ପଟନାର ପୁଅ ସୁନୀଲ କୁମାର।

ବିହାରର ପଟନାସ୍ଥିତ ବିହଟା ତାରା ନଗରର ଶିକରିଆ ଗାଁର ପୁଅ ଥିଲେ ସୁନୀଲ କୁମାର। ମାଆ ରୁକ୍ମିଣୀ ଦେବୀ ଏବଂ ବାପା ବାସୁଦେବ ସାହ। ବାପା ପକ୍ଷାଘାତରେ ପିଡ଼ୀତ। କିଠି ଦିନ ତଳେ ମାଆଙ୍କ ସହ କଥା ହୋଇଥିଲେ ସୁନୀଲ। କହିଥିଲେ ଏଥର ଛୁଟି ନେଇ ନିଶ୍ଚୟ ଘରକୁ ଆସିବେ ଏବଂ ବାପାଙ୍କ ଚିକିତ୍ସା ମଧ୍ୟ କରେଇବେ।

sunil kumar-1

୨୦୦୨ ମସିହାରେ ଭାରତୀୟ ସେନାରେ ଯୋଗ ଦେଇଥିଲେ ସୁନୀଲ। ୨୦୦୪ରେ ରୀତି ଦେବୀଙ୍କ ସହ ତାଙ୍କର ବିବାହ ହୋଇଥିଲା। ସୁନୀଲଙ୍କ ତିନୋଟି ସନ୍ତାନ ଅଛନ୍ତି। ବାର ବର୍ଷର ଝିଅ ସୋନାଲୀ, ଦଶ ବର୍ଷର ପୁଅ ଆୟୁଷ ଏବଂ ପାଞ୍ଚ ବର୍ଷର ସାନପୁଅ ବିରାଟ। ବଡ଼ ଭାଇ ଅନୀଲ ସାହ ମଧ୍ୟ ସେନାରେ ଥିଲେ। ସେ ବର୍ତ୍ତମାନ ଅବସର ନେଇ ସାରିଛନ୍ତି।

ଗୁରୁବାର ସକାଳେ ସୁନୀଲଙ୍କ ପାର୍ଥିବ ଶରୀର ତାଙ୍କ ଗାଁ ତାରାନଗରରେ ପହଞ୍ଚିଥିଲା। ତାଙ୍କର ଅନ୍ତିମ ଦର୍ଶନ ପାଇଁ ଶହ ଶହ ଲୋକଙ୍କ ଭିଡ଼ ଲାଗିଥିଲା। ଗାଁର ଯୁବକ ଦଳ ତ୍ରିରଙ୍ଗା ପତାକା ଉଡ଼ାଇବା ସହ ସୁନୀଲଙ୍କ ନାମର ଜୟ ଜୟକାରରେ ଗାଁ ମାଟି ଫାଟି ପଡ଼ୁଥିଲା। ସୁନୀଲଙ୍କ ଶବର ଶୋଭା ଯାତ୍ରା କରାଯିବା ସହ ହଲଦୀ ଛପରା ଘାଟଠାରେ ତାଙ୍କର ଅନ୍ତିମ ସଂସ୍କାର କରାଗଲା। ତାଙ୍କର ଦଶ ବର୍ଷର ପୁଅ ଆୟୁଷ ସୁନୀଲଙ୍କୁ ମୁଖାଗ୍ନି ଦେଇଥିଲା। ପରିବାରଜନଙ୍କ ସହ ଗାଁ ଲୋକଙ୍କ ଆଖିରୁ ଲୁହ ବହିଚାଲିଥିଲା।

martyred sunil kumar-5

ନିଜ ପୁଅକୁ ହରାଇ ସୁନୀଲଙ୍କ ବାପା ମା ଏବେ ନିସହାୟ ହୋଇପଡ଼ିଛନ୍ତି। ପୁଅର ମତ୍ୟୁ ଖବର ପାଇଁ ବାପା ବାସୁଦେବ ସାହ ପୁରା ଚୁପ୍ ହୋଇଯାଇଛନ୍ତି। ସହିଦଙ୍କ ମୃତ୍ୟୁର ପ୍ରତିଶୋଧ ଅପେକ୍ଷାରେ ଜଳୁଛନ୍ତି ଗାଁ ଏବଂ ପରିବାର ଲୋକେ। ନିଜ ଗାଁ, ଆତ୍ମୀୟସ୍ୱଜନଙ୍କ ନାଁ ରଖି ସହିଦ ସୁନୀଲ କୁମାର ସବୁଦିନ ପାଇଁ ଅମର ହୋଇଗଲେ।

LEAVE A REPLY

Please enter your comment!
Please enter your name here