ଓଡ଼ିଶାଲାଇଭ୍ ବ୍ୟୁରୋ

  • ଆଲବମ୍ ଅଭିନେତ୍ରୀ ଦୀପା ସାହୁ ଅସୁସ୍ଥ
  • ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି
  • ଦୀର୍ଘ ଏକ ବର୍ଷ ଧରି କ୍ୟାନସରରେ ପୀଡ଼ିତ ଥିଲେ

ଓଡ଼ିଆ ଆଲବମ୍ ଅଭିନେତ୍ରୀ ଦୀପା ସାହୁ ଅସୁସ୍ଥ। ଦୀର୍ଘ ୧ ବର୍ଷ ଧରି ସେ ଜରାୟୁ କର୍କଟରେ ପୀଡ଼ିତ ଥିବା ଦୀପା ଆଜି ଗୁରୁତର ଅସୁସ୍ଥ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ଗତ ଏକ ବର୍ଷ ତଳେ ଦୀପା କ୍ୟାନସରରେ ପୀଡ଼ିତ ହୋଇଥିଲେ। ଏହାପରେ ତାଙ୍କର ଚିକିତ୍ସା ଚାଲିଥିଲା। ହେଲେ ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ ଅବନିତ ଘଟିଥିବାରୁ ତାଙ୍କୁ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଓଡ଼ିଆ ଆଲବମ୍ ଜଗତର ଜଣେ ଜଣାଶୁଣା ଅଭିନେତ୍ରୀ ହେଉଛନ୍ତି ଦୀପା। ସେ ଅନେକ ହିଟ୍ ଆଲବମ ଗୀତରେ ଅଭିନୟ କରିଛନ୍ତି। ଏଥିସହିତ ସେ କେତୋଟି ଫିଲ୍ମ ଓ ଓଡ଼ିଆ ଧାରାବାହିକରେ ମଧ୍ୟ ଅଭିନୟ କରିଛନ୍ତି। ନିଜର ଅଭିନୟ ଓ ଆଲବମ ଗୀତ ମାଧ୍ୟମରେ ସେ ବେଶ ପରିଚିତ ହୋଇପାରିଥିଲେ।

Comment