ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ସୁସ୍ଥ ହୋଇ ଘରକୁ ଫେରିଲେ ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ। ଶୁକ୍ରବାର ତାଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଥିଲା। ଏହାପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲର କରୋନା ଆଇସୋଲେସନ ଓ୍ଵାର୍ଡରୁ ଡିସଚାର୍ଜ କରାଯାଇଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଟୁଇଟ କରି ସୂଚନା ଦେଇଛି। ଏବେ ଓଡ଼ିଶାରେ ୩ ଜଣ କରୋନା ଆକ୍ରାନ୍ତ ଚିକିତ୍ସାଧିନ ରହିଛନ୍ତି।

ଏହାପୁର୍ବରୁ ରାଜ୍ୟର ଦ୍ଵିତୀୟ କରୋନା ଆକ୍ରାନ୍ତ ଏମ୍‌ସରୁ ଡିସ୍‌ଚାର୍ଜ ହୋଇଥିଲେ। ରାଜ୍ୟରେ ୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୨ଜଣ ସୁସ୍ଥ ହୋଇ ସାରିଛନ୍ତି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ନିୟୋଜିତ ଥିବା ଡାକ୍ତରୀ ଦଳକୁ ଅଭନନ୍ଦନ ଜଣାଇଛି।

ସେପଟେ ରାଜ୍ୟରେ ପଞ୍ଚମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଭୁବନେଶ୍ଵରର ସୂର୍ଯ୍ୟନଗର ଅଞ୍ଚଳକୁ ସିଲ୍ କରାଯାଇଛି। ଏହି ଅଞ୍ଚଳକୁ ପ୍ରବେଶ ଏବଂ ପ୍ରସ୍ଥାନ ଉପରେ କଟକଣା ଜାରି କରାଯାଇଛି। ଗୋପବନ୍ଧୁ ଛକରୁ ଏଲ୍‌ଆଇସି ଅଫିସ ଛକ, ଏଲ୍‌ଆଇସି ଅଫିସ ଛକରୁ ଗଙ୍ଗନଗର ଛକ ରାସ୍ତା ସିଲ୍‌ କରାଯାଇଛି। ସଂପୃକ୍ତ ବ୍ୟକ୍ତି ବିଦେଶ କିମ୍ବା ଅନ୍ୟ ରାଜ୍ୟ ଗସ୍ତରେ ଯାଇ ନଥିବାରୁ ସମୂହ ସଂକ୍ରମଣ ଆଶଙ୍କା କରୁଛନ୍ତି ସରକାର। ଏଥିପାଇଁ ଲୋକଙ୍କୁ ସଚେତନ ରହିବାକୁ ପରାମର୍ଶ ଦିଆଯାଇଛି।

Comment