ଓଡ଼ିଶାଲାଇଭ୍‌ ବ୍ୟୁରୋ

ଟି-୨୦ କ୍ରିକେଟକୁ କେବଳ ବ୍ୟାଟ୍ସମ୍ୟାନମାନଙ୍କର ଖେଳ ବୋଲି କୁହାଯାଇଥାଏ। କାରଣ ଟି-୨୦ କ୍ରିକେଟରେ ସବୁବେଳେ ବ୍ୟାଟ୍ସମ୍ୟାନମାନଙ୍କ ରାଜୁତି ରହିଥାଏ। ତେବେ ଏହି କଥାକୁ ଭୁଲ ପ୍ରମାଣିତ କରିଛନ୍ତି କିଛି ବୋଲର୍। ଟି-୨୦ କ୍ରିକେଟରେ ନିଜର ଜବରଦସ୍ତ ବୋଲିଂ ପାଇଁ ରେକର୍ଡ କରିଛନ୍ତି ବହୁ କ୍ରିକେଟର।

ତେବେ ଅନ୍ତର୍ଜାତୀୟ ଟି-୨୦ରେ ସବୁଠୁ କମ୍ ରନ ଦେଇ ୬ଟି ୱିକେଟ୍ ନେଇଥିବା ଶ୍ରେଷ୍ଠ ୩ ବୋଲର। ଏହି ତାଲିକାରେ ସାମିଲ ଅଛନ୍ତି ଦୁଇ ଭାରତୀୟ ବୋଲର।

ଦୀପକ ଚହର

ବାଂଲାଦେଶ ବିପକ୍ଷ ତୃତୀୟ ଟି-୨୦ରେ ଭାରତୀୟ ବୋଲର ଦୀପକ ଚହର ମାତ୍ର ୭ରନ୍ ଦେଇ ୬ଟି ୱିକେଟ୍ ନେଇଥିଲେ। ଏହା ଭିତରେ ଗୋଟିଏ ହାଟ୍ରିକ୍ ମଧ୍ୟ ସାମିଲ ଥିଲା। ଏହି ଦମଦାର ବୋଲିଂ ସ୍ପେଲ୍ ସହ ଚହର ଟି-୨୦ କ୍ରିକେଟରେ ସବୁଠୁ ସଫଳ ବୋଲିଂର ରେକର୍ଡ ହାସଲ କରିଛନ୍ତି। ତାଙ୍କ ପୂର୍ବରୁ କୌଣସି ବୋଲର ଏତେ କମ୍ ରନ୍ ଦେଇ ୬ଟି ୱିକେଟ୍ ନେଇନଥିଲେ।

ଅଜନ୍ତା ମେଣ୍ଡିସ୍

ଶ୍ରୀଲଙ୍କାର ସ୍ପିନ ବୋଲର ଅଜନ୍ତା ମେଣ୍ଡିସ ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେ ଜିମ୍ବାୱେ ବିପକ୍ଷ ଏକ ଟି-୨୦ ମ୍ୟାଚରେ ମାତ୍ର ୮ ରନ୍ ଦେଇ ୬ଟି ୱିକେଟ୍ ନେଇଥିଲେ। ଏହା ଭିତରେ ତାଙ୍କର ଦୁଇଟି ମେଡେନ୍ ଓଭର ମଧ୍ୟ ସାମିଲ ଥିଲା। ଦୀପକ ଚହରଙ୍କ ପୂର୍ବରୁ ତାଙ୍କରି ନାଁ ରେ ହିଁ ଏହି ରେକର୍ଡ ରହିଥିଲା।

ଯୁଜବେନ୍ଦ୍ର ଚହଲ

ଏହି ତାଲିକାର ତୃତୀୟ ସ୍ଥାନରେ ପୁଣି ଜଣେ ଭାରତୀୟ ବୋଲର ରହିଛନ୍ତି। ୨୦୧୭ ମସିହାରେ ବେଙ୍ଗାଳୁରୁରେ ଇଂଲଣ୍ଡ ବିପକ୍ଷରେ ଚହଲ ୨୫ ରନ୍ ଦେଇ ୬ଟି ୱିକେଟ୍ ନେଇଥିଲେ।

Comment