ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନାରେ ୩ ନୁହେଁ ଜଣଙ୍କର ମୃତ୍ୟୁ ହୋଇଛି ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ। ଧରାକୋଟ ବ୍ଲକ ଜାହାଡା ପଞ୍ଚାୟତରେ ଜଣଙ୍କର ମୃତ୍ୟୁ ହୋଇଥିବା ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲାପାଳ। ପୂର୍ବରୁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସରପଞ୍ଚ କହିଥିଲେ।

ଗଞ୍ଜାମ ଜିଲ୍ଲାର ଧରାକୋଟ ବ୍ଲକ ଜାହାଡା ପଞ୍ଚୟତରେ ୩ଦିନରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସରପଞ୍ଚ କହିଥିଲେ। ଏଥିରେ ବ୍ଲକ ଉପାଧ୍ୟକ୍ଷଙ୍କ ମୃତ୍ୟୁ ହୋଇଛି। ତେବେ ଏଭଳି ଖବରକୁ ଖଣ୍ଡନ କରିଛନ୍ତି ଜିଲ୍ଲାପାଳ। ଏହାକୁ ମିଛ ଖବର କହିଛନ୍ତି ଜିଲ୍ଲାପାଳ।

ଏହି ଘଟଣା ପରେ ଜାହାଡା ପଞ୍ଚାୟତକୁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ପଞ୍ଚାୟତକୁ ୬ ଦିନ ପାଇଁ ସଟ୍‌ଡାଉନ୍‌ ଘୋଷଣା କରିଥିଲେ ସରପଞ୍ଚ।

Comment