ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗଞ୍ଜାମରେ କରୋନା ସ୍ଥିତି ଅଣାୟତ। ଜିଲ୍ଲାରେ ବିଭିନ୍ନ କଟକଣା ମଧ୍ୟ ଜାରି କରାଯାଇଛି। ଏଥିପାଇଁ ଗ୍ରାମାଞ୍ଚଳ ଲୋକଙ୍କୁ ସହରକୁ ଆସିବାକୁ ବାରଣ କରାଯାଇଛି। ଏହି ପରାମର୍ଶ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ।

ଗଞ୍ଜାମର ଗ୍ରାମାଞ୍ଚଳ ଲୋକ ସହରକୁ ନଆନ୍ତୁ। ଅଧିକ ଜରୁରୀ ନଥିଲେ ୧୫ ଦିନ ଘରେ ରୁହନ୍ତୁ। ଜନଗହଳିଠାରୁ ଦୂରେଇ ରୁହନ୍ତୁ, ମାସ୍କ ପିନ୍ଧନ୍ତୁ ହାତ ଧୁଅନ୍ତୁ ବୋଲି ଲୋକଙ୍କୁ ଟୁଇଟରରେ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ।

ବ୍ରହ୍ମପୁରରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜିଠାରୁ ୪ଦିନ ପାଇଁ ସଟ୍‌ଡାଉନ୍‌ କରାଯାଇଛି। ଏହି ସମୟ ମଧ୍ୟରେ ଘର ଘର ବୁଲି ଲୋକଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରାଯିବ। ଏଥିପାଇଁ ୭୦ ଜଣ ହେଲ୍‌ଥ ଟିମ୍‌ ନିୟୋଜିତ ଅଛନ୍ତି।

ଗଞ୍ଜାମରେ ଏଯାଏଁ ୧,୧୩୭ରେ ପହଞ୍ଚିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ସେହିପରି ୮୧୧ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩୧୮ ଜଣ ବର୍ତ୍ତମାନ ସକ୍ରିୟ ଅଛନ୍ତି। ଏହାସହ ଏପର୍ଯନ୍ତ ୯ ଜଣଙ୍କ ମୃତ୍ୟୁ ହୋଇସାରିଛି।

Comment