ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସନ୍ତାକାଲିଠୁ ସାରା ରାଜ୍ୟରେ ନୂଆ କୋଭିଡ୍‌ କଟକଣା ଲାଗୁ ହେବାକୁ ଯାଉଛି। ଏଥିପାଇଁ ରାଜ୍ୟ ସରକାର ନୂଆ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ଏହି ଗାଇଡ୍‌ଲାଇନ୍‌ ଜୁଲାଇ ୩୧ ପର୍ଯ୍ୟନ୍ତ ଜାରି ରହିବ।

  • ସବୁ ସରକାରୀ ଓ ବେସରକାରୀ ଅଫିସ୍‌ରେ କୋଭିଡ୍‌ ଅଡିଟ୍‌ କରାଯିବ।
  • ଅଫିସରେ ସାମାଜିକ ଦୂରତା ରକ୍ଷା କରିବା ଓ ମାସ୍କ ପିନ୍ଧିବା କଡ଼ାକଡ଼ି ଲାଗୁ କରାଯିବ।
  • ସର୍ବସାଧାରଣ ସ୍ଥାନରେ ସାମାଜିକ ଦୂରତା, ମାସ୍କ ପିନ୍ଧିବା, ଛେପ ନପକାଇବା ନିୟମ କଡ଼ାକଡ଼ି ଭାବେ ଲାଗୁ କରାଯିବ।
  • ସମସ୍ତ ଘରୋଇ ହସ୍ପିଟାଲମାନେ କୋଭିଡ୍‌ ନିୟମ କଡ଼ାକଡ଼ି ଭାବେ ପାଳନ କରିବେ।
  • ଜିଲ୍ଲାପାଳ ଓ ପୌରାଞ୍ଚଳ କମିଶନରମାନେ କଣ୍ଟେନମେଣ୍ଟ ଜୋନ ନିର୍ଦ୍ଧାରଣ କରିବେ।
  • କଣ୍ଟେନମେଣ୍ଟ ଜୋନରେ ଅତ୍ୟାବଶ୍ୟକୀୟ ସେବା ଜାରି ରହିବ। ଅନ୍ୟ ସମସ୍ତ ଯାତାୟତ ବନ୍ଦ ରହିବ। ଏହି ଅଞ୍ଚଳରେ ସର୍ଭେ ବ୍ୟାପକ କରାଯିବ।
  • କଣ୍ଟେନମେଣ୍ଟ ଜୋନ ବାହାରେ ସ୍ଥିତି ଦେଖି ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରମାନେ ସପିଂ ମଲ୍‌ ଖୋଲିବା ସମ୍ପର୍କରେ ନିଷ୍ପତ୍ତି ନେବେ।
  • ସମସ୍ତ ସ୍କୁଲ, କଲେଜ, କୋଚିଂ ସେଣ୍ଟର ଅଗଷ୍ଟ ୩୧ ଯାଏ ବନ୍ଦ ରହିବ। ପରୀକ୍ଷା ଓ ମୂଲ୍ୟାୟନ ଆଦିକୁ ଅନୁମତି ଦିଆଯିବ।
  • ରାତି ୯ଟାରୁ ସକାଳ ୫ଟା ଯାଏ କର୍ଫ୍ୟୁ ଜାରି ରହିବ।
  • ୧୦ଟି ଜିଲ୍ଲାରେ ପ୍ରତି ଶନି ଓ ରବିବାର ସଟ୍‌ଡାଉନ୍‌ ରହିବ। ଏହି ଜିଲ୍ଲାଗୁଡ଼ିକ ହେଲା – ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ, ଯାଜପୁର, ଜଗତସିଂହପୁର, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଝାରସୁଗୁଡ଼ା।
  • ବିଭିନ୍ନ ଜିଲ୍ଲା ଓ ପୌରାଞ୍ଚଳର ସ୍ଥିତି ଅନୁସାରେ ସଂପୃକ୍ତ ଜିଲ୍ଲାପାଳ ଓ ପୌର କମିଶନର ଆବଶ୍ୟକୀୟ କଟକଣା ଜାରି କରିପାରିବେ।
  • ଜୁଲାଇ ମାସରେ ପ୍ରତ୍ୟେକ ସ୍ଥାନରେ ଅତର୍କିତ ଯାଞ୍ଚକୁ ଜୋରଦାର କରାଯିବ। କୋଭିଡ୍‌ ନିୟମ ଉଲ୍ଲଂଘନ କରୁଥିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
  • ଜୁଲାଇ ୩୧ ଯାଏ ଧର୍ମୀୟ ଅନୁଷ୍ଠାନ ବନ୍ଦ ରହିବ।
  • ସାମାଜିକ, ଧାର୍ମିକ ଓ ରାଜନୀତିକ ସମାବେଶ ଉପରେ କଟକଣା।
  • ହୋଟେଲ ଓ ରେଷ୍ଟୁରାଣ୍ଟ କେବଳ ପାର୍ସଲ ଦେବେ।
  • ସ୍ଥାନୀୟ ପ୍ରଶାସନ ଅନୁମତିରେ ହେବ ବାହାଘର ଓ ଅନ୍ତିମ ସଂସ୍କାର।

Comment