ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜୁ ଜନତା ଦଳ ଆଜି ତାର ନୂଆ ପଦାଧିକାରୀ ତାଲିକା ପ୍ରକାଶ କରିଛି। ୯ ଜଣ ଉପସଭାପତି ଏବଂ ଜଣେ ସାଧାରଣ ସମ୍ପାଦକ (ମୁଖ୍ୟାଳୟ)ଙ୍କ ତାଲିକା ପ୍ରକାଶ କରାଯାଇଛି। ପ୍ରଥମ ଥର ପାଇଁ ବିଜେଡିରେ ବରିଷ୍ଠ ଉପସଭାପତି ପଦବୀ ସୃଷ୍ଟି କରାଯାଇଛି। ଏଥିରେ ବରିଷ୍ଠ ନେତାମାନଙ୍କୁ ଥଇଥାନ କରାଯାଇଛି। ଏହି ତାଲିକାରେ ରାଜ୍ୟସଭା ସଦସ୍ୟ ଥିବା ବେଳେ ଗତ ନିର୍ବାଚନରେ ଟିକେଟ ପାଇ ନଥିବା ନେତା ବି ଅଛନ୍ତି।

ଏହାସହ ୯ ଜଣ ଉପସଭାପତିଙ୍କୁ ବିଭିନ୍ନ ଦାୟିତ୍ୱ ମଧ୍ୟ ଦଳ ପକ୍ଷରୁ ଦିଆଯାଇଛି।

ବରିଷ୍ଠ ଉପସଭାପତି

ଅନଙ୍ଗ ଉଦୟ ସିଂହଦେଓ

ପ୍ରସନ୍ନ ଆଚାର୍ଯ୍ୟ

ପ୍ରସନ୍ନ ପାଟ୍ଟଶାଣୀ

ପ୍ରଫୁଲ୍ଲ ସାମଲ

ବିଜୟଶ୍ରୀ ରାଉତରାୟ

ଲାଲ ବିହାରୀ ହିମିରିକା

ଅନନ୍ତ ଦାସ

ବିମ୍ବାଧର କୁଅଁର

ଉପସଭାପତି

ମଙ୍ଗଳା କିଷାନ – ଅନୁସୂଚିତ ଜନଜାତି ସଶକ୍ତିକରଣ ଏବଂ ସଂଖ୍ୟାଲଘୁ ବ୍ୟାପାର।

ସୌମ୍ୟରଞ୍ଜନ ପଟ୍ଟନାୟକ – କଳା, ସଂସ୍କୃତି, ମାନବ ଦମ୍ବଳ ବିକାଶ ଦାୟିତ୍ୱ।

ଦେବୀ ପ୍ରସାଦ ମିଶ୍ର – ଓଡ଼ିଶା: ମୋ’ ପରିବାର ଦାୟିତ୍ୱ।

ବିକ୍ରମ କେଶରୀ ଆରୁଖ – ପରିବେଶ ଦାୟିତ୍ୱ।

ଉଷା ଦେବୀ – ସାମାଜିକ ଜନମଙ୍ଗଳ ଦାୟିତ୍ୱ।

ପ୍ରମିଳା ମଲ୍ଲିକ – ମହିଳା ସଶକ୍ତିକରଣ ଦାୟିତ୍ୱ।

ବଦ୍ରି ନାରାୟଣ ପାତ୍ର – ଆଞ୍ଚଳିକ ଉନ୍ନୟନ ଦାୟିତ୍ୱ।

ପ୍ରଦୀପ କୁମାର ଅମାତ – ସଶକ୍ତ ଓଡ଼ିଶା ଦାୟିତ୍ୱ।

ପଦ୍ମନାଭ ବେହେରା – ଅନୁସୂଚିତ ଜାତି ସଶକ୍ତିକରଣ ଦାୟିତ୍ୱ।

ସାଧାରଣ ସମ୍ପାଦକ (ମୁଖ୍ୟାଳୟ)

ସଞ୍ଜୟ କୁମାର ଦାସବର୍ମା

Comment