ଓଡିଶାଲାଇଭ୍ ବ୍ୟୁରୋ

ଗଞ୍ଜାମରେ ଜୁଲାଇ ୩୧ ଯାଏଁ ଗାଡ଼ି ଚଳାଚଳ ବନ୍ଦ । ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏନେଇ ଗଞ୍ଜାମ ଜିଲ୍ଲାପାଳ ଟୁଇଟ୍ କରି ସୂଚନା ଦେଇଛନ୍ତି।

ବର୍ତ୍ତମାନ ରାଜ୍ୟରେ କରୋନା ହଟସ୍ପଟ ପାଲଟିଛି ଗଞ୍ଜାମ। ପ୍ରତିଦିନ ଏଠାରୁ ବହୁ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଗୋଷ୍ଠୀ ସଂକ୍ରମଣର ଭୟ ଥିବାରୁ ଜିଲ୍ଲା ପ୍ରଶାସନ ଜୁଲାଇ ୩୧ ଯାଏଁ ଜିଲ୍ଲାରେ ଗାଡ଼ି ଚଳାଚଳ ଉପରେ ରୋକ୍ ଲଗାଇଛି।

କେବଳ କୃଷି, ମାଲ ପରିବହନ ଏବଂ ସ୍ଵାସ୍ଥ୍ୟ ସମ୍ବନ୍ଧୀୟ ଗାଡ଼ି ଚଳାଚଳ ଜାରି ରହିବ। ଏହା ବ୍ୟତୀତ ଅନ୍ୟ ସମସ୍ତ ଯାନବାହନ ଚଳାଚଳ ଉପରେ ଜିଲ୍ଲା ପ୍ରଶାସନ କଟକଣା ଲାଗୁ କରିଛି।

ଏଥିସହ ଲୋକଙ୍କୁ ଘରୁ ନ ବାହାରିବା ଏବଂ ୧ କିଲୋମିଟରରୁ ଅଧିକ ଦୂର ଯାତ୍ରା ନ କରିବାକୁ ଟୁଇଟ୍ କରି ଅନୁରୋଧ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ। ଏହାସହିତ ବରିଷ୍ଠ ନାଗରିକମାନଙ୍କୁ ଯଥାସମ୍ଭବ ଘରେ ରହିବାକୁ ପରାମର୍ଶ ଦିଆଯାଇଛି। ଏହି କଟକଣା ଜୁଲାଇ୧ ରୁ ୩୧ ପର୍ଯ୍ୟନ୍ତ ଲାଗୁ କରାଯାଇଛି।

Comment