ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଗ୍ରଣୀ ଡିଟିଏଚ୍ କମ୍ପାନି ଟାଟା ସ୍କାଏ ପକ୍ଷରୁ ଗ୍ରାହକ ମାନଙ୍କ ପାଇଁ ଟ୍ରେଣ୍ଡିଂ ଅନ୍ ଟିଭି, ଚ୍ୟାନେଲ ସର୍ଚ୍ଚ, ଚ୍ୟାନେଲ ଇନଫୋ ଉପଲବ୍ଧ କରାଇବା ଲାଗି ଏହାର ସେଟ୍ ଅପ୍ ବକ୍ସରେ ନୂଆ ଫିଚର ଆଣିଛି। ଟ୍ରେଣ୍ଡିଂ ଅନ୍ ଟିଭି ଫିଚର ଦ୍ୱାରା ଗ୍ରାହକ ଟପ୍ ମୁଭି ଏବଂ ଲାଇଭ୍ ସ୍ପୋର୍ଟସ ସହଜରେ ପାଇପାରିବେ। ଟାଟା ସ୍କାଏ ରିମୋଟ କଂଟ୍ରୋଲର ହଳଦିଆ ବଟନ ପ୍ରେସ୍ କଲେ ଏହି ସୁବିଧା ମିଳିପାରିବ। ଏହା ଉଭୟ ଏଚ୍‌ଡି ଏବଂ ଏସ୍‌ଡି ସେଟ୍ ଅପ୍ ବକ୍ସରେ ଉପଲବ୍ଧ ହୋଇପାରିବ। ଭାରତର ନନ୍ ୱେବ୍ କନେକ୍ଟେଡ୍ ସେଟ୍ଅପ୍ ବକ୍ସରେ ପ୍ରଥମଥର ପାଇଁ ଏହି ସୁବିଧା ମିଳିପାରିବ।

ଟପ୍ ମୁଭିଜ୍ ଦ୍ୱାରା ସବସ୍କ୍ରାଇବର ମୁଭି ଟାଇଟେଲ ଇଂଲିଶ୍, ହିନ୍ଦୀ, ମରାଠୀ, ତେଲୁଗୁ, ତାମିଲ୍, ମାଲାୟଲମ୍, କନ୍ନଡ଼ ଏବଂ ବଙ୍ଗଳା ଆଦି ୮ଟି ଭାଷାରେ ଚୟନ କରିପାରିବେ। ଏସବୁ ଭାଷାର ରେଟିଂ ୫.୫ରୁ ଅଧିକ ରହିଛି। ଏହି ଫିଚର ଯୋଗୁଁ ଲାଇଭ୍ ସ୍ପୋର୍ଟିଂ ଇଭେଣ୍ଟର ପ୍ରସାରଣ ସମୟ ସମ୍ପର୍କରେ ମଧ୍ୟ ଜାଣିହେବ। ନୂଆ ହୋମ୍ ଆପ୍‌ରେ ଚ୍ୟାନେଲ ଇନେଫୋ ଏବଂ ଚ୍ୟାନେଲ ସର୍ଚ୍ଚ ଅପସନ୍ ରହିଛି।

Comment