ଓଡ଼ିଶାଲାଇଭ୍‌ ବ୍ୟୁରୋ

ରିଲାଏନ୍ସ ଇଣ୍ଡଷ୍ଟ୍ରିର ୪୨ ତମ ବାର୍ଷିକ ସାଧାରଣ ବୈଠକରେ (ଏଜିଏମ୍) ମୁକେଶ ଅମ୍ବାନି ଗୋଟେ ପରେ ଗୋଟେ ଘୋଷଣା କରିଥିଲେ। ଆସନ୍ତୁ ଜାଣିବା ସେ ବିଷୟରେ।  

ସେପ୍ଟେମ୍ବର ୫ରୁ ମିଳିବ ଜିଓ ଫାଇବର, ମାସିକ ୭୦୦ଟଙ୍କାରେ ଘରୋଇ ପ୍ଲାନ୍, ବାର୍ଷିକ ଗ୍ରାହକଙ୍କୁ ଏଚ୍‌ଡି ଟିଭି ଉପହାର

ଟେଲିଫୋନ୍ ବା ମୋବାଇଲ୍ ସେବା, ଇଣ୍ଟରନେଟ୍, ଏବଂ ଗେମିଂଠାରୁ ଆରମ୍ଭକରି ଓଟିଟି (ଓଭର୍ ଦ ଟପ୍) ସେବା ପର୍ଯ୍ୟନ୍ତ ଆଧୁନିକ ଜୀବନର ସବୁ ବିଭାଗକୁ ଏବେ ପ୍ରଭାବିତ କରିବାକୁ ଯାଉଛି ମୁକେଶ ଅମ୍ବାନିଙ୍କ ଜିଓ। ଜିଓ ଫୋନ୍, ଜିଓ ଟିଭି ପରେ ଏବେ ଜିଓ ଫାଇବର୍ ସେବାକୁ ବ୍ୟାପକ କରିବାକୁ ଯାଉଛି। ଜିଓ ମୋବାଇଲ୍ ସେବାକୁ ଏହି ସେପ୍ଟେମ୍ବର ୫ ତାରିଖରେ ପୂରୁଛି ୩ ବର୍ଷ । ଏହି ଅବସରରେ ରିଲାଏନ୍ସ ଜିଓ ଫାଇବର୍ ସେବା ଆରମ୍ଭ କରିବାକୁ ଯାଉଛି। ଭାରତର ଘରେ ଘରେ ଉନ୍ନତମାନର ବ୍ରଡବ୍ୟାଣ୍ଡ ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ସିଏମଡି ମୁକେଶ୍ ଅମ୍ବାନି। ସୋମବାର ଦିନ ରିଲାଏନ୍ସର ବାର୍ଷିକ ଅଧିବେଶନ ବେଳେ ସେ ଏହି ଘୋଷଣା କରିଛନ୍ତି।

ଡିଜିଟାଲ୍ ଇଣ୍ଡିଆରେ ବିପ୍ଳବ ଆଣିବାକୁ ଯାଉଛି ଜିଓ ଫାଇବର୍

ଟେଲିଫୋନ୍ ବା ମୋବାଇଲ୍ ସେବା, ଇଣ୍ଟରନେଟ୍, ଏବଂ ଗେମିଂଠାରୁ ଆରମ୍ଭକରି ଓଟିଟି (ଓଭର୍ ଦ ଟପ୍) ସେବା ପର୍ଯ୍ୟନ୍ତ ଆଧୁନିକ ଜୀବନର ସବୁ ବିଭାଗକୁ ଏବେ ପ୍ରଭାବିତ କରିବାକୁ ଯାଉଛି ମୁକେଶ ଅମ୍ବାନିଙ୍କ ଜିଓ। ଜିଓ ଫୋନ୍, ଜିଓ ଟିଭି ପରେ ଏବେ ଜିଓ ଫାଇବର୍ ସେବାକୁ ବ୍ୟାପକ କରି ରିଲାଏନ୍ସ ଇଣ୍ଡଷ୍ଟ୍ରି କେବଳ ଦେଶର ସର୍ବବୃହତ ଅତ୍ୟାଧୁନିକ କମ୍ପାନି ହେବାର ସୁଯୋଗ ଲାଭ କରିନାହିଁ ବରଂ ଆଜିର ଡିଜିଟାଲ୍ ସେବା କ୍ଷେତ୍ରକୁ ପ୍ରଭାବିତ କରିବାକୁ ପ୍ରସ୍ତୁତ।

ରିଲାଏନ୍ସ ଇଣ୍ଡଷ୍ଟ୍ରିରେ ୧୫୦୦ କୋଟି ଆମେରିକୀୟ ଡଲାର ପୁଞ୍ଜି ନିବେଶ କରିବ ସାଉଦି ଆରମ୍‌କୋ

ରିଲାଏନ୍ସ ଇଣ୍ଡଷ୍ଟ୍ରିର ୪୨ ତମ ବାର୍ଷିକ ସାଧାରଣ ବୈଠକରେ (ଏଜିଏମ୍) ମୁକେଶ ଅମ୍ବାନି ଗୋଟେ ପରେ ଗୋଟେ ଘୋଷଣା କରିଥିଲେ। ଏହି ଅବସରରେ ରିଲାଏନ୍ସର ଅଧ୍ୟକ୍ଷ କହିଥିଲେ ଯେ ସାଉଦି ଆରବର ଅଏଲ କମ୍ପାନି ସାଉଦି ଆର୍‌ମକୋ ପାଖାପାଖି ୧୫୦୦ କୋଟି ଆମେରିକୀୟ ଡଲାରର ନିବେଶ କରିବ। ଯାହାକି ରିଲାଏନ୍ସର ସବୁଠାରୁ ବଡ଼ ପୁଞ୍ଜି ନିବେଶ ହେବ।

ଲୋକାଲ୍ କେବୁଲ୍ ଟିଭି ଅପରେଟରଙ୍କୁ ଯୋଡ଼ିବାକୁ ଯାଉଛି ରିଲାଏନ୍ସ ଜିଓ

ଡିଟିଏଚ୍ (ଡାଇରେକ୍ଟ ଟୁ ହୋମ୍ ) ଏବଂ ସ୍ମାର୍ଟ ଟିଭି (ଇଣ୍ଟରନେଟ୍ ସଂଯୋଗ ଥିବା ଟେଲିଭିଜନ୍ ସେଟ୍) ଆଜି ଦେଶର ଛୋଟ ବଡ଼ ସହର ଏବଂ ଗାଁ ଗାଁରେ ଥିବା ଲୋକାଲ୍ କେବୁଲ୍ ଅପରେଟରଙ୍କ ପାଇଁ ବିପଦର କାରଣ ହୋଇଛି। ଘରେ ଘରେ ଲୋକେ ସ୍ଥାନୀୟ କେବୁଲ୍ ସଂଯୋଗ କାଟି ଡିଟିଏଚ୍ ସେବାକୁ ଆପଣାଇ ନେଉଛନ୍ତି।

ଜିଓ ଧମାକା – ଘରେ ବସି ଦେଖିପାରିବେ ‘ଫାଷ୍ଟ ଡେ ଫାଷ୍ଟ ସୋ’

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ବାର୍ଷିକ ସମ୍ମିଳନୀରେ ମୁକେଶ ଅମ୍ବାନି ଏକ ନୂଆ ଘୋଷଣା କରି ଭାରତୀୟ ସିନେପ୍ରେମୀଙ୍କୁ ଚମକାଇ ଦେଇଛନ୍ତି। ଆଉ କିଛି ଦିନ ଭିତରେ ଜିଓ ସେବା ମାଧ୍ୟମରେ ଆପଣ ଘରେ ବସି ନିଜ ଟେଲିଭିଜନରେ ନୂଆ ଚଳଚ୍ଚିତ୍ରର ‘ଫାଷ୍ଟ ଡେ ଫାଷ୍ଟ ସୋ’ ଦେଖିପାରିବେ।

ମୁକେଶଙ୍କ ବଡ଼ ଘୋଷଣା : ଷ୍ଟାଟ୍‌ଅପ୍‌କୁ ମାଗଣାରେ ମିଳିବ ଜିଓ ଫାଇବର କନେକ୍ସନ

ରିଲାଏନ୍ସ ମୁଖ୍ୟ ମୁକେଶ ଅମ୍ବାନି ଜିଓ ଫାଇବରର କମର୍ସିଆଲ ସେବା ବାବଦରେ ଆଜି ଘୋଷଣା କରିଛନ୍ତି। ୧୦୦ରୁ ୧୦୦୦ ଏମ୍‌ବିପିଏସ୍‌ ସ୍ପିଡ୍‌ରେ ଏହି ସେବା ମିଳିପାରିବ। ଏଥିରେ ମାସିକ ୭୦୦ଟଙ୍କାରୁ ୧୦ ହଜାର ପର୍ଯ୍ୟନ୍ତ ବିଭିନ୍ନ ପ୍ୟାକେଜ୍‌ ରହିଛି। ତେବେ ଦେଶର ଷ୍ଟାଟ୍‌ଅପ୍‌ ଏବଂ ଏମ୍‌ଏସ୍‌ଏମ୍‌ଇ ବା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ ଜିଓ ଏକ ବିଶେଷ ଘୋଷଣା କରିଛି।

ଜିଓ ଫାଇବର ସହ ମିଳିବ ମାଇକ୍ରୋସଫ୍ଟ କ୍ଲାଉଡ ସର୍ଭିସ

ଭାରତରେ ଇଣ୍ଟରନେଟ୍‌ ବ୍ରଡମ୍ୟାଣ୍ଡ ସହିତ କ୍ଲାଉଡ ସର୍ଭିସ ଯୋଗାଇଦେବା ପାଇଁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ବିଶ୍ୱର ସର୍ବଶ୍ରେଷ୍ଠ ସଫ୍ଟୱେର କମ୍ପାନି ‘ମାଇକ୍ରୋସଫ୍ଟ’ ସହିତ ହାତ ମିଶାଇଛି। ଏନେଇ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ବାର୍ଷିକ ସମ୍ମିଳନୀ ଏଜିଏମ୍‌ ୨୦୧୯ରେ ମୁକେଶ ଅମ୍ବାନି ଘୋଷଣା କରିଛନ୍ତି।

ସପିଂ, ଗେମିଂ, ଏଜୁକେଶନ ଓ ଏଣ୍ଟରଟେନ୍‌ମେଣ୍ଟ ଦୁନିଆରେ ଜିଓ ଆଣିବ ‘ମିକ୍ସଡ୍‌ ରିଆଲିଟି’ର ଯାଦୁ

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ବାର୍ଷିକ ଅଧିବେଶନ ବେଳେ କମ୍ପାନିର ସିଏମ୍‌ଡି ମୁକେଶ ଅମ୍ବାନି ପୁଅ ଆକାଶ, ଝିଅ ଈଷା ଏବଂ କମ୍ପାନିର ପ୍ରେସିଡେଣ୍ଟ କିରନ୍‌ ଥୋମାସ୍‌ଙ୍କୁ ମଞ୍ଚ ଉପରକୁ ଡାକିଥିଲେ। ସେତେବେଳେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଥିଲା କି ସେମାନେ, କି ଚମକ ଦେଖାଇବେ? ତେବେ ମାତ୍ର ୧୫ ମିନିଟ ମଧ୍ୟରେ ସେମାନେ ପ୍ରେଜେଣ୍ଟସନରେ ସମସ୍ତଙ୍କୁ ଚମକାଇ ଦେଇଥିଲେ। ଏଥିରେ କେବଳ ରିଲାଏନ୍ସର ଅଂଶୀଦାର ନୁହନ୍ତି ବରଂ ଦେଶ ବିଦେଶରେ ରହି ଟେଲିଭିଜନ ଓ ଡିଜିଟାଲ ମିଡିଆ ମାଧ୍ୟମରେ ସିଧାସଳଖ କାର୍ଯ୍ୟକ୍ରମ ଦେଖୁଥିବା ଲୋକେ ମଧ୍ୟ କମ୍ପାନିର ଦୂରଦୃଷ୍ଟିର ଏକ ନମୁନା ଦେଖିବାକୁ ପାଇଥିଲେ। ଏହି ନମୁନା ହେଲା – ମିକ୍ସଡ୍‌ ରିଆଲିଟି ବା ଏମ୍‌ଆର୍‌।

ଜମ୍ମୁ-କଶ୍ମୀର ଓ ଲଦାଖର ବିକାଶ ଦାୟିତ୍ୱ ନେଲା ରିଲାଏନ୍ସ କମ୍ପାନି

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ବାର୍ଷିକ ସମ୍ମିଳନୀ ଏଜିଏମ୍‌ ୨୦୧୯ରେ କମ୍ପାନିର ସିଏମ୍‌ଡି ମୁକେଶ ଅମ୍ବାନି ଲଦାଖ ଏବଂ ଜମ୍ମୁ-କଶ୍ମୀରର ବିକାଶକୁ ନେଇ ଏକ ଘୋଷଣା କରିଛନ୍ତି। ଧାରା ୩୭୦ ଉଚ୍ଛେଦପରେ ଭାରତ ଲଦାଖ ଏବଂ ଜମ୍ମୁ-କଶ୍ମୀର ଦୁଇଟି ନୂଆ କେନ୍ଦ୍ର ଶାସିତ ଅଞ୍ଚଳ ଗଠନ କରାଯାଇଛି। ଏହି ଅଞ୍ଚଳରେ କିପରି ଅଧିକରୁ ଅଧିକ ନିବେଶ କରାଯାଇ ଏହାକୁ ବିକଶିତ କରାଯିବ, ସେନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯିବ ବୋଲି ମୁକେଶ ଅମ୍ବାନି ପ୍ରତିଶ୍ରୁତି ଦେଇଛନ୍ତି।

Comment