ଓଡ଼ିଶାଲାଇଭ୍‌ ବିଜିନେସ ବ୍ୟୁରୋ

ଭାରତରେ ଇଣ୍ଟରନେଟ୍‌ ବ୍ରଡମ୍ୟାଣ୍ଡ ସହିତ କ୍ଲାଉଡ ସର୍ଭିସ ଯୋଗାଇଦେବା ପାଇଁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ବିଶ୍ୱର ସର୍ବଶ୍ରେଷ୍ଠ ସଫ୍ଟୱେର କମ୍ପାନି ‘ମାଇକ୍ରୋସଫ୍ଟ’ ସହିତ ହାତ ମିଶାଇଛି। ଏନେଇ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ବାର୍ଷିକ ସମ୍ମିଳନୀ ଏଜିଏମ୍‌ ୨୦୧୯ରେ ମୁକେଶ ଅମ୍ବାନି ଘୋଷଣା କରିଛନ୍ତି।

ଏଜିଏମ୍‌ରେ ମୁକେଶ କହିଛନ୍ତି, “ମାଇକ୍ରୋସଫ୍ଟ କମ୍ପାନି ସହ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଏହି ଭାଗିଦାରିତା ଡିଜିଟାଲ ଇଣ୍ଡିଆରେ ଏକ ବିପ୍ଳବ ଆଣିବ। ଆସନ୍ତା ସେପ୍ଟେମ୍ବର ୫ରୁ ଭାରତରେ ଜିଓ ଗିଗା ଫାଇବର ଦ୍ୱାରା ଅତି ଶସ୍ତାରେ ବ୍ରଡବ୍ୟାଣ୍ଡ ସୁବିଧା ଯୋଗାଇଦିଆଯିବ। ତେବେ ଏହି ନେଟ୍‌ୱର୍କରେ ମାଇକ୍ରୋସଫ୍ଟ ନିଜର କ୍ଲାଇଡ ସର୍ଭିସ ମଧ୍ୟ ଦେଉଛି। ଏହା ଭାରତର ଟେକ୍ନୋଲୋଜି କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଦେବ।”

ଏହି ଅବସରରେ ମାଇକ୍ରୋସଫ୍ଟ କମ୍ପାନିର ସିଇଓ ସତ୍ୟ ନାଡେଲା ଭିଡିଓ କହିଛନ୍ତି, “ଜିଓ-ମାଇକ୍ରୋସଫ୍ଟର ପାର୍ଟନରସିପ୍‌ ମାଧ୍ୟମରେ ଭାରତର ଉଦ୍ଦ୍ୟୋଗ କ୍ଷେତ୍ରରେ ଏକ ପରିବର୍ତ୍ତନ ଆସିବ। ଏହା ଏକ ଉନ୍ନତ ପ୍ଲାଟଫର୍ମ ନିର୍ମାଣ କରିବ, ଯେଉଁ ପ୍ଲାଟଫର୍ମରୁ ଗ୍ରାହକ ଇଣ୍ଟରନେଟ୍‌ ସୁବିଧା ସହ କ୍ଲାଉଡ ସର୍ଭିସ ମଧ୍ୟ ପାଇ ପାଇପାରିବ।”

ଆମ ଦେଶର କୌଣସି ଏମ୍‌ଏସ୍‌ଏମ୍‌ଇ ସଂସ୍ଥା ଆଜି ବ୍ରଡ୍‌ବ୍ୟାଣ୍ଡ କନେକ୍ସନ ସହିତ ଦୈନନ୍ଦିନ ଅଫିସ ପରିଚାଳନା ପାଇଁ ବିଭିନ୍ନ କ୍ଲାଉଡ୍‌ ସର୍ଭିସ ବାବଦରେ ମାସିକ ୧୫ରୁ ୨୦ ହଜାର ଟଙ୍କା ଖର୍ଚ୍ଚ କରୁଛି। ତେବେ, ଜିଓ ପକ୍ଷରୁ ମାସିକ ମାତ୍ର ୧୫ ଶହ ଟଙ୍କାରେ ଏ ସମସ୍ତ ସେବା ମିଳିପାରିବ ବୋଲି ରିଲାଏନ୍ସ ମୁଖ୍ୟ ମୁକେଶ ଅମ୍ବାନି ଜୋର ଦେଇ କହିଛନ୍ତି।

ସୋମବାର ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ବାର୍ଷିକ ସମ୍ମିଳନୀ ଏଜିଏମ୍‌ ୨୦୧୯ରେ ରିଲାଏନ୍ସ ମୁଖ୍ୟ ମୁକେଶ ଅମ୍ବାନି ‘ଜିଓ ଗିଗା ଫାଇବର’ର କମସିଆ ଲଞ୍ଚ ପାଇଁ ଘୋଷଣା କରିଛନ୍ତି। ଜିଓ ଗିଗାଫାଇବର ଏକ ହାଇସ୍ପିଡ୍ ଇଣ୍ଟରନେଟ୍ ସର୍ଭିସ୍‌। ଏହି ଗିଗାଫାଇବରରେ ଗ୍ରାହକ ଇଣ୍ଟରନେଟ୍ ସର୍ଭିସ୍‌ ସହିତ କଲିଙ୍ଗ୍, ଟିଭି ଏବଂ ଡିଟିଏଚର ସୁବିଧା ପାଇପାରିବେ। ଗ୍ରାହକମାନେ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ମାସିକ ୭୦୦ ଟଙ୍କାରୁ ୧୦,୦୦୦ ଟଙ୍କା ମଧ୍ୟରେ ଏହି ସେବା ପାଇପାରିବେ।

LEAVE A REPLY

Please enter your comment!
Please enter your name here