ଓଡ଼ିଶାଲାଇଭ୍‌ ବିଜିନେସ ବ୍ୟୁରୋ

ରିଲାଏନ୍ସ ଇଣ୍ଡଷ୍ଟ୍ରିର ୪୨ ତମ ବାର୍ଷିକ ସାଧାରଣ ବୈଠକରେ (ଏଜିଏମ୍) ମୁକେଶ ଅମ୍ବାନି ଗୋଟେ ପରେ ଗୋଟେ ଘୋଷଣା କରିଥିଲେ। ଏହି ଅବସରରେ ରିଲାଏନ୍ସର ଅଧ୍ୟକ୍ଷ କହିଥିଲେ ଯେ ସାଉଦି ଆରବର ଅଏଲ କମ୍ପାନି ସାଉଦି ଆର୍‌ମକୋ ପାଖାପାଖି ୧୫୦୦ କୋଟି ଆମେରିକୀୟ ଡଲାରର ନିବେଶ କରିବ। ଯାହାକି ରିଲାଏନ୍ସର ସବୁଠାରୁ ବଡ଼ ପୁଞ୍ଜି ନିବେଶ ହେବ।

ଆଗାମୀ ଦିନରେ ରିଲାଏନ୍ସ ଇଣ୍ତଷ୍ଟ୍ରି ଓ ସାଉଦି ରାମ୍‌କୋ ମିଶିକରି ରିଫାଇନିଙ୍ଗ୍ ଆଣ୍ଡ ପେଟ୍ରୋକେମିକାଲ କାରବାର ତଥା ରିଟେଲ୍ ପେଟ୍ରୋଲ କାରବାର ଦେଖିବ।

ସାଉଦି ଆରମ୍‌କୋ ସାଉଦି ଆରବର ଏକ କମ୍ପାନି। ୨୦୧୮ ମସିହାରେ ଏହି ସାଉଦି କମ୍ପାନି ସବୁଠୁ ଅଧିକ ଲାଭବାନ ହୋଇଥିଲା। ଗତବର୍ଷ କମ୍ପାନି ପାଖାପାଖି ୧୧୧ ଆରବ ଡଲାରର (୭.୬୬ ଲକ୍ଷ କୋଟି) ଆୟ କରିଥିଲା।

LEAVE A REPLY

Please enter your comment!
Please enter your name here