ଓଡ଼ିଶାଲାଇଭ୍ ବ୍ୟୁରୋ

ରିଲାଏନ୍ସ ଫାଉଣ୍ଡେସନ ଓ ଭାଇଟାଲ୍ ଭଏସେସ୍ ପକ୍ଷରୁ ‘ଓମେନ୍ ଲିଡ୍ ଇଣ୍ଡିଆ ଫେଲୋସିପ୍‌”ର ଶୁଭାରମ୍ଭ କରାଯାଇଛି। ସାମାଜିକ କ୍ଷେତ୍ରରେ ମହିଳା ନେତୃତ୍ୱକୁ ସମୃଦ୍ଧ କରିବା ଉଦ୍ଦେଶ୍ୟରେ ଏହି ୧୦ ମାସିଆ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ବିଶେଷ କରି ଗ୍ରାମୀଣ ରୂପାନ୍ତରଣ, ଶିକ୍ଷା, କ୍ରୀଡ଼ାର ବିକାଶ, କଳା, ସଂସ୍କୃତି ଓ ଐତିହ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ମହିଳାମାନଙ୍କୁ ଏହି ଫେଲୋସିପ୍ ପ୍ରଦାନ କରାଯିବ।

ଏଥିପାଇଁ ସର୍ବଭାରତୀୟ ସ୍ତରରେ ଆବେଦନ ଆହ୍ୱାନ କରାଯାଇଛି । ଆବେଦନର ଶେଷ ତାରିଖ ୨୦୨୨ ଅକ୍ଟୋବର ୩ ତାରିଖ ରହିଛି। ଏକାଧିକ ସାମାଜିକ କ୍ଷେତ୍ରରେ ଅତିକମ୍‌ରେ ତିନି ବର୍ଷର କାର୍ଯ୍ୟ କରିବାର ଅଭିଜ୍ଞତା ଥିବା ମହିଳାମାନେ ଏହି ଫେଲୋସିପ୍ ପାଇଁ ଆବେଦନ କରିପାରିବେ ।

ସେମାନଙ୍କ ଅଭିଜ୍ଞତା ଅନୁସାରେ ସେମାନଙ୍କୁ ତିନିଟି ବିଷୟ ଯଥା ଅର୍ଥନୈତିକ ସଶକ୍ତୀକରଣ ଓ ଉଦ୍ୟମିତା, ସାମାଜିକ କ୍ଷେତ୍ରର ନେତୃତ୍ୱ ଓ ପରିବର୍ତ୍ତନର ବାର୍ତ୍ତାବହ (ଚେଞ୍ଜମେକର) ଭାବେ ସହାୟତା ପ୍ରଦାନ କରାଯିବ। ଏହି ଫେଲୋସିପ୍‌ର ଉଦଘାଟନୀ ସଂସ୍କରଣରେ ନେତୃତ୍ୱ ନେଉଥିବା ୫୦ ଜଣ ମହିଳାଙ୍କ ସ୍ୱତନ୍ତ୍ର ନେତୃତ୍ୱ ଦକ୍ଷତା ଗଠନ ଓ କୌଶଳ ବିକାଶ କରାଯିବ। 

ଏ ସମ୍ପର୍କରେ ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷା ନୀତା ଅମ୍ବାନି କହିଛନ୍ତି ଯେ, ଯେତେବେଳେ ମହିଳାମାନେ ପରସ୍ପର ସହ ମିଶି ଆଗକୁ ବଢ଼ିଥାନ୍ତି ସେମାନେ ଏକ ନେଟ୍‌ୱର୍କ ଓ ବ୍ୟବସ୍ଥା ଗଠନ କରନ୍ତି ଯାହା ସେମାନଙ୍କ ଚାରିପାଖରେ ଥିବା ଦୁନିଆର ରୂପାନ୍ତରଣରେ ସହାୟକ ହୋଇଥାଏ।

ଭାଇଟାଲ୍ ଭଏସେସ୍‌ର ସହ ପ୍ରତିଷ୍ଠାତା, ସଭାପତି ଓ ସିଇଓ ଅଲାଇସି ନେଲ୍‌ସନ୍ କହିଛନ୍ତି ଯେ, “ଭାରତ ଓ ବାହାରେ ଲୋକମାନଙ୍କୁ ସଶକ୍ତ କରିବା ଲାଗି କାମ କରୁଥିବା ମହିଳା ଉନ୍ନତି ପାଇଁ ନିବେଶ କରି ଆମେ ସହଯୋଗୀ ନେଟୱର୍କ ପ୍ରଦାନ କରିବାକୁ ଚାହୁଛୁ।’’

Tags: #reliancefoundation #vitalvoices #womenempowerment #nitaambani

LEAVE A REPLY

Please enter your comment!
Please enter your name here