ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୀତା ଅମ୍ବାନୀ। ସାରାଭାରତରେ ଜଣେ ଜଣାଶୁଣା ଚେହେରା। ତାଙ୍କର ପରିଚୟ କେବଳ ଧୀରୁଭାଇ ଅମ୍ବାନୀଙ୍କ ପୁତ୍ରବଧୂ ବା ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ମୁକେଶ ଅମ୍ବାନୀଙ୍କ ପତ୍ନୀ ନୁହେଁ। ନୀତା ଜଣେ ବିଜନେସ ଓମେନ୍‌ ଭାବେ ନିଜର ମଧ୍ୟ ଏକ ପରିଚୟ ସୃଷ୍ଟି କରିଛନ୍ତି। ବିଜନେସଠାରୁ ଆରମ୍ଭ କରି କ୍ରୀଡ଼ା ପର୍ଯ୍ୟନ୍ତ ସବୁକ୍ଷେତ୍ରରେ ନୀତା ସକ୍ରିୟ ଅଛନ୍ତି।

ଆଜି ନୀତା ୫୬ ବର୍ଷ ବୟସରେ ପାଦ ଦେଇଛନ୍ତି। ଆପଣମାନେ ଆଶ୍ଚର୍ଯ୍ୟ ହେଉଥିବେ ଯେ ୫୬ ବର୍ଷ ବୟସରେ ବି ନୀତା କେମିତି ଏତେ ଫିଟ୍‌ ଅଛନ୍ତି। ଆଜି ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କ ଫିଟନେସର ରାଜ ବିଷୟରେ।

ନୀତା ୫୬ ବର୍ଷ ବୟସରେ ଏକଦମ୍‌ ଗ୍ଲାମରିୟସ ଏବଂ ଫିଟ୍‌ ଲାଗୁଛନ୍ତି। ଏହାର କାରଣ ସେ ତାଙ୍କର ରାଇଟ ଡାଇଟ ଓ ବ୍ୟାୟାମ ଉପରେ ବିଶେଷ ଧ୍ୟାନ ଦେଇଥାନ୍ତି।

ପ୍ରତିଦିନ ନୀତା ବ୍ୟାୟମ କରନ୍ତି। ନୀତା ତାଙ୍କ ପିଲାମାନଙ୍କ ସ୍ୱାସ୍ଥ୍ୟପ୍ରତି ମଧ୍ୟ ବେଶ୍‌ ଧ୍ୟାନ ଦିଅନ୍ତି। ପିଲାମାନଙ୍କ ସହ ସେ ନିଜେ ବି ବ୍ୟାୟାମ କରନ୍ତି।

LEAVE A REPLY

Please enter your comment!
Please enter your name here