ଓଡ଼ିଶାଲାଇଭ୍ ବିଜିନେସ୍ ବ୍ୟୁରୋ

ଚଳିତବର୍ଷ ନଭି ମୁମ୍ଵାଇଠାରେ କାର୍ଯ୍ୟକ୍ଷମ ହେବ ଜିଓ ଇନ୍‌ଷ୍ଟିଚ୍ୟୁଟ୍।

‌ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ୪୪ତମ ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌) ଗୁରୁବାର ଅନୁଷ୍ଠିତ ହୋଇଛି। କରୋନା ସଂକ୍ରମଣ ପାଇଁ ଗତବର୍ଷ ପରି ଏଥର ମଧ୍ୟ ଅନ୍‌ଲାଇନ୍ ବା ଭର୍ଚୁଆଲ୍ ମାଧ୍ୟମରେ ଏହି ବୈଠକ ଅନୁଷ୍ଠିତ ହୋଇଛି। ପ୍ରଥମେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ୍ ଅମ୍ଵାନି କରୋନାରେ ମୃତ୍ୟୁ ଘଟିଥିବା ବ୍ୟକ୍ତିଙ୍କ ପାଇଁ ନିରବ ପ୍ରାର୍ଥନା କରି ବୈଠକର ଆରମ୍ଭ କରିଥିଲେ।ରିଲାଏନ୍ସ ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ନୀତା ଅମ୍ଵାନି ବୈଠକକୁ ସମ୍ବୋଧନ କରିଥିଲେ। ଏହି ଅବସରରେ ସେ ଘୋଷଣା କରିଥିଲେ ଯେ, ଚଳିତ ବର୍ଷ ନଭି ମୁମ୍ଵାଇଠାରେ ଜିଓ ଇନ୍‌ଷ୍ଟିଚ୍ୟୁଟ୍‌କୁ କାର୍ଯ୍ୟକ୍ଷମ କରାଯିବ। ଏହି ଇନ୍‌ଷ୍ଟିଚ୍ୟୁଟ୍‌ରେ ରିସର୍ଚ ଏବଂ ଇନୋଭେସନ ଉପରେ ଗୁରୁତ୍ଵ ଦିଆଯିବ ବୋଲି ସେ କହିଥିଲେ।

LEAVE A REPLY

Please enter your comment!
Please enter your name here