ଓଡ଼ିଶାଲାଇଭ୍ ବ୍ୟୁରୋ

ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଅମ୍ବାନୀଙ୍କୁ ଗ୍ଲୋବାଲ ଲିଡରସିପ୍ ପୁରସ୍କାର ପ୍ରଦାନ କରାଯାଇଛି। ଦିଲ୍ଲୀରେ ଆମେରିକା ଇଣ୍ଡିଆ ଷ୍ଟ୍ରାଟେଜିକ୍ ପାର୍ଟନରସିପ ଫୋରମ (ୟୁଏସଆଇଏସପିଏଫ) ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ସମ୍ମାନ ପ୍ରଦାନ କରାଯାଇଛି।

ନୀତା ଅମ୍ବାନୀ ସାମାଜିକ କାର୍ଯ୍ୟରେ ସକ୍ରିୟ ଭାବରେ ଜଡ଼ିତ ରହିଥିବା ଜଣେ ବିଜିନେସ ଲିଡର। ତାଙ୍କ ନେତୃତ୍ୱରେ ରିଲାଏନ୍ସ ଫାଉଣ୍ଡେସନ ଶିକ୍ଷା, କଳା, କ୍ରୀଡ଼ା ଏବଂ ସ୍ୱାସ୍ଥ୍ୟସେବା ମାଧ୍ୟମରେ ଲକ୍ଷ ଲକ୍ଷ ଭାରତୀୟଙ୍କ ଜୀବନକୁ ପ୍ରଭାବିତ କରିଥିବା କହିଛି ୟୁଏସଆଇଏସପିଏଫ।

ବିଶେଷକରି ମହିଳା ସଶକ୍ତିକରଣ ଏବଂ ପିଲାମାନଙ୍କର ସ୍ୱାର୍ଥରକ୍ଷା ତଥା ହିତ ପାଇଁ ସେ କାର୍ଯ୍ୟ କରିଆସିଛନ୍ତି। ଲିଙ୍ଗଗତ ଭେଦଭାବକୁ ଦୂର କରିବା ଏବଂ ଭାରତରେ ବଢ଼ୁଥିବା ଅର୍ଥନୀତିରେ ମହିଳାଙ୍କ ଅବଦାନ ବୃଦ୍ଧିରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।


କଳା ଏବଂ ସଂସ୍କୃତିରେ ନୀତା ଅମ୍ବାନୀଙ୍କର ଅନେକ ଅବଦାନ ରହିଛି। ନିକଟରେ ସେ ନ୍ୟୁୟର୍କର ମେଟ୍ରୋପଲିଟାନ ମ୍ୟୁଜିୟମ ଅଫ୍ ଆର୍ଟ ବୋର୍ଡରେ ସମ୍ମାନିତ ଟ୍ରଷ୍ଟି ଭାବରେ ମଧ୍ୟ ମନୋନୀତ ହୋଇଥିଲେ।

ଆମେରିକା ଇଣ୍ଡିଆ ଷ୍ଟ୍ରାଟେଜିକ୍ ପାର୍ଟନରସିପ ଫୋରମ (ୟୁଏସଆଇଏସପିଏଫ)ର ଅଧ୍ୟକ୍ଷ ଜନ୍ ଚେମ୍ବରସ ନୀତା ଅମ୍ବାନୀଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି।

Tags: #NitaAmbani #GlobalLeadershipAward #JohnTChambers #CSR #Ambani

LEAVE A REPLY

Please enter your comment!
Please enter your name here