ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୀତା ଅମ୍ବାନୀ। ସାରାଭାରତରେ ଜଣେ ଜଣାଶୁଣା ଚେହେରା। ତାଙ୍କର ପରିଚୟ କେବଳ ଧୀରୁଭାଇ ଅମ୍ବାନୀଙ୍କ ପୁତ୍ରବଧୂ ବା ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ମୁକେଶ ଅମ୍ବାନୀଙ୍କ ପତ୍ନୀ ନୁହେଁ। ନୀତା ଜଣେ ବିଜନେସ ଓମେନ୍‌ ଭାବେ ନିଜର ମଧ୍ୟ ଏକ ପରିଚୟ ସୃଷ୍ଟି କରିଛନ୍ତି। ବିଜନେସଠାରୁ ଆରମ୍ଭ କରି କ୍ରୀଡ଼ା ପର୍ଯ୍ୟନ୍ତ ସବୁକ୍ଷେତ୍ରରେ ନୀତା ସକ୍ରିୟ ଅଛନ୍ତି। ହେଲେ ଆପଣ ଜାଣନ୍ତି କି ନୀତା ପ୍ରଥମ ପ୍ରେମ କିଏ?

ବ୍ୟବସାୟରେ ସୁଦକ୍ଷ ନୀତା ଆମ୍ବାନି ନୃତ୍ୟ କଳାରେ ବି ପାରଙ୍ଗମ। ସେ ଜଣେ ଭାରତନାଟ୍ୟମ୍  ନୃତ୍ୟଶିଳ୍ପୀ।

ନୀତାଙ୍କ ପ୍ରଥମ ପ୍ରେମ ହେଲା ଭାରତନାଟ୍ୟମ୍

ନୀତାଙ୍କ ପାଇଁ ତାଙ୍କ ନୃତ୍ୟ ହେଲା ସର୍ବପ୍ରଥମ। ଭାରତନାଟ୍ୟମ୍‌କୁ ପ୍ରଥମ ପ୍ରେମ ବୋଲି ବିଭିନ୍ନ ସାକ୍ଷାତକାରରେ କହନ୍ତି ନୀତା। ଗୁଜୁରାଟି ପରିବାରରୁ ଆସିଥିବା ନୀତା ପିଲାବେଳୁ ହିଁ ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତରେ ଆଗ୍ରହୀ ଥିଲେ। ନୀତାଙ୍କ ମା’ ପୂର୍ଣ୍ଣିମା ବି ଦକ୍ଷ ଶାସ୍ତ୍ରୀୟ ସଙ୍ଗୀତ ଗାୟିକା।

LEAVE A REPLY

Please enter your comment!
Please enter your name here