ଓଡ଼ିଶାଲାଇଭ୍ ବ୍ୟୁରୋ

ମହିଳା ଦିବସ ଅବସରରେ ମହିଳାମାନଙ୍କ ପାଇଁ ‘ହର୍ ସର୍କଲ’ ଏକ ଡିଜିଟାଲ ପ୍ଲାଟଫର୍ମର ଉନ୍ମୋଚନ କରିଛନ୍ତି ରିଲିଆନ୍ସ ଫାଉଣ୍ଡେସନ ଅଧ୍ୟକ୍ଷା ନୀତା ଅମ୍ବାନି। ଏହି ପ୍ଲାଟଫର୍ମ ମାଧ୍ୟମରେ ମହିଳାମାନେ ଆହୁରି ସଶକ୍ତ ହୋଇପାରିବେ। ଏହା ହେଉଛି ପ୍ରଥମ ଡିଜିଟାଲ୍ ନେଟ୍‌ୱାର୍କିଂ ପ୍ଲାଟଫର୍ମ ଯେଉଁଥିରେ ଆଲୋଚନା, ସଂପୃକ୍ତି, ସହଯୋଗିତା ଓ ଆପୋଷ ସମର୍ଥନ ମହିଳାମାନଙ୍କ ପାଇଁ ଉଲ୍ଳାସପୂର୍ଣ୍ଣ ଓ ସୁରକ୍ଷିତ ସ୍ଥାନ।

‘ହର ସର୍କଲ’ଭାରତୀୟ ମହିଳାଙ୍କ ଠାରୁ ଆରମ୍ଭ ହେବ କିନ୍ତୁ ସାରା ବିଶ୍ୱର ମହିଳାଙ୍କ ଅଂଶଗ୍ରହଣ ପାଇଁ ଏହା ଉନ୍ମୁକ୍ତ ରହିବ। ଏହା ହେଉଛି ଏକ ସମ୍ପୂର୍ଣ୍ଣ କନ୍‌ଟେଣ୍ଟ୍‌, ସୋସିଆଲ ମିଡିଆ ଓ ଲକ୍ଷ୍ୟପୂରଣକାରୀ ଗୋଷ୍ଠୀ ଯାହା ସବୁ ସାମାଜିକ ବର୍ଗର ମହିଳମାନଙ୍କ ଦ୍ରୁତ ଗତିରେ ବଢ଼ୁଥିବା ଅଭିଳାଷ, ଆକାଂକ୍ଷା, ସ୍ୱପ୍ନକୁ ପୂରଣ କରିବ।

“ଯେତେବେଳେ ମହିଳାମାନେ ମହିଳାଙ୍କ ଧ୍ୟାନ ରଖନ୍ତି ସେତେବେଳେ ଅବିଶ୍ୱସନୀୟ ଘଟଣା ଘଟିଥାଏ। ମୁଁ ସାରା ଜୀବନ ମଜଭୂତ ମହିଳାଙ୍କ ଗହଣରେ ରହିଛି ଯେଉଁମାନଙ୍କ ଠାରୁ ମୁଁ କରୁଣା, ଆପଣାର ଭାବ ଏବଂ ସକାରାତ୍ମକ ଭାବନା ଶିଖିଛି ଏବଂ ଏହାର ପ୍ରତିବଦଳରେ ମୁଁ ସେହି ଶିକ୍ଷା ଅନ୍ୟମାନଙ୍କୁ ଦେବାକୁ ପ୍ରୟାସ କରିଛି। ମୁଁ ବହୁତ ଖୁସି ଯେ ହରସର୍କଲ୍ ଡଟ୍ ଇନ୍ ଜରିଆରେ ଆମେ ଲକ୍ଷାଧିକ ମହିଳାମାନଙ୍କ ପାଇଁ ସମର୍ଥନ ଏବଂ ଏକଜୁଟତାର ଏକ ବିସ୍ତୃତ ସର୍କଲ୍ ପ୍ରସ୍ତୁତ କରିପାରିବା, ଯେଉଁଥିରେ ସବୁ ମହିଳାଙ୍କୁ ସ୍ୱାଗତ କରାଯିବ”, କହିଛନ୍ତି ନୀତା ଅମ୍ବାନି।

ହର ସର୍କଲ ମହିଳାମାନଙ୍କ ଲାଗି ଏକ ୱାନ୍ ଷ୍ଟପ୍ ଡେଷ୍ଟିନେସନ ବା ଏକକ ସ୍ଥାନ ହେବ। ସୋସିଆଲ ମିଡିଆ ପ୍ଲାଟଫର୍ମ ଜରିଆରେ ମହିଳାମାନଙ୍କୁ ପରସ୍ପର ସହ ଯୋଡ଼ିପାରିବ। ଏଥିରେ ଭିଡିଓ ଦେଖିବା ସହ ଅର୍ଥ, କାର୍ଯ୍ୟ, ବ୍ୟକ୍ତିତ୍ୱ ବିକାଶ, ସାମୁଦାୟିକ ସେବା, ସୌନ୍ଦର୍ଯ୍ୟ, ଫେସନ, ମନୋରଂଜନ, ରଚନାତ୍ମକ ଆତ୍ମଅଭିବ୍ୟକ୍ତିର ଲେଖା ପଢ଼ିହେବ। ଡିଜିଟାଲ୍ ପାଠ୍ୟକ୍ରମ ମାଧ୍ୟମରେ ମହିଳାମାନେ ସଫଳ ଉଦ୍ୟୋଗୀ ହେବାର ଗୁଣ ଶିଖିପାରିବେ। ‘ହର୍ ସର୍କଲ’ ଡେକ୍ସଟପ୍ ଓ ମୋବାଇଲ୍‌ରେ ଖୋଲି ହେଉଥିବା ଏକ ୱେବସାଇଟ୍। ଏହା ଗୁଗୁଲ୍ ପ୍ଲେ ଷ୍ଟୋର୍ ଓ ମାଇଁ ଜିଓ ଆପ୍ ଷ୍ଟୋର୍‌ରେ ମାଗଣାରେ ଉପଲବ୍ଧ ହୋଇଛି । ହର ସର୍କଲ୍‌ର ବ୍ୟବହାରକାରୀମାନେ ମାଗଣାରେ ପଞ୍ଜୀକରଣ କରିପାରିବେ।

LEAVE A REPLY

Please enter your comment!
Please enter your name here