ଓଡ଼ିଶାଲାଇଭ୍‌ ବ୍ୟୁରୋ

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ବାର୍ଷିକ ସମ୍ମିଳନୀ ଏଜିଏମ୍‌ ୨୦୧୯ରେ କମ୍ପାନିର ସିଏମ୍‌ଡି ମୁକେଶ ଅମ୍ବାନି ଲଦାଖ ଏବଂ ଜମ୍ମୁ-କଶ୍ମୀରର ବିକାଶକୁ ନେଇ ଏକ ଘୋଷଣା କରିଛନ୍ତି। ଧାରା ୩୭୦ ଉଚ୍ଛେଦପରେ ଭାରତ ଲଦାଖ ଏବଂ ଜମ୍ମୁ-କଶ୍ମୀର ଦୁଇଟି ନୂଆ କେନ୍ଦ୍ର ଶାସିତ ଅଞ୍ଚଳ ଗଠନ କରାଯାଇଛି। ଏହି ଅଞ୍ଚଳରେ କିପରି ଅଧିକରୁ ଅଧିକ ନିବେଶ କରାଯାଇ ଏହାକୁ ବିକଶିତ କରାଯିବ, ସେନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯିବ ବୋଲି ମୁକେଶ ଅମ୍ବାନି ପ୍ରତିଶ୍ରୁତି ଦେଇଛନ୍ତି।

ମୁକେଶ ଅମ୍ବାନି କହିଛନ୍ତି, ” ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଜନକୁ ଦୃଷ୍ଟିରେ ରଖି କମ୍ପାନି ଲଦାଖ ଓ ଜମ୍ମୁ-କଶ୍ମୀରରେ ନିବେଶ କରିବାକୁ ନିଷ୍ପତ୍ତି ନେଇଛି। ଭବିଷ୍ୟତରେ ଏହି ସ୍ଥାନରେ ଅନେକ ଘୋଷଣା କରାଯିବ।  କମ୍ପାନି ପକ୍ଷରୁ ଏକ ସ୍ପେଶାଲ ଟାସ୍କ ଫୋର୍ସ ଗଠନ କରାଯାଇ ଏହି ସ୍ଥାନରେ କିଭଳି ଅଧିକରୁ ଅଧିକ ନିବେଶ ହୋଇପାରିବ, ସେ ଦିଗରେ କାର୍ଯ୍ୟ କରାଯିବ।”

ଏହା ବ୍ୟତୀତ ପୁଲଓ୍ଵାମା ଆତଙ୍କୀ ହମଲାରେ ସହିଦ ଯବନାଙ୍କ ପିଲାଙ୍କ ସମସ୍ତ ପଢ଼ା ଖର୍ଚ୍ଚ କମ୍ପାନି ଉଠାଇବ ବୋଲି ଏଜିଏମ୍‌ରେ ମୁକେଶ ଅମ୍ବାନି ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ, ଗତ ଅଗଷ୍ଟ ୫ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜମ୍ମୁ-କଶ୍ମୀର ଉପରୁ ଧାରା ୩୭୦ ହଟାଇ ଦଅଯିବା ସହ ଏହାକୁ ୨ ଭାଗରେ ବିଭକ୍ତ କରି ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ କରାଯାଇଛି। ଜମ୍ମୁ-କଶ୍ମୀର ଓ ଲଦାଖ। ତେବେ ଏହି ସ୍ଥାନରେ କିପରି ବିକାଶ ଦ୍ଵାର ଖୋଲାଯିବ ସେନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ବିଦେଶର କମ୍ପାନିକୁ କଶ୍ମୀର ଓ ଲଦାଖରେ ନିବେଶ କରିବା ପାଇଁ ଅପିଲ କରିଥିଲେ। ତେବେ ଏହାକୁ ସମ୍ମାନ ଜଣାଇ ମୁକେଶ ଅମ୍ବାନି ଆଜି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ବାର୍ଷିକ ସମ୍ମିଳନୀରେ ଘୋଷଣା କରିଛନ୍ତି।

LEAVE A REPLY

Please enter your comment!
Please enter your name here