ଓଡ଼ିଶାଲାଇଭ୍ ବ୍ୟରୋ

ଦେଶର ସବୁଠୁ ଧନୀ  ଅମ୍ବାନୀ ପରିବାରର ବଡ଼ ବୋହୂ ନୀତା ଅମ୍ବାନୀ ଜଣେ ପ୍ରତିଷ୍ଠିତ ବିଜ୍‌ନେସ୍‌ ଓମେନ୍‌ ଭାବେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିଜ ପାରଦର୍ଶିତା ବଳରେ ସେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି।

ଧୀରୁଭାଇ ଅମ୍ବାନି ଇଣ୍ଟର୍‌ନ୍ୟାସ୍‌ନାଲ୍‌ ସ୍କୁଲ ପ୍ରତିଷ୍ଠତା ତଥା ଚେୟାର୍‌ପର୍ସନ ନୀତା ଅମ୍ବାନୀ ଆଜି ନିଜର ୫୬ତମ ଜନ୍ମ ଦିନ ପାଳନ କରୁଛନ୍ତି।

ଏହି ଅବସରରେ ଆସନ୍ତୁ ଜାଣିବା ନୀତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କିଛି ଅଜଣା କଥା

ମୁମ୍ବାଇର ଏକ ଗୁଜୁରାଟି ପରିବାରରେ ନଭେମ୍ବର ୧ ତାରିଖ, ୧୯୬୩ ନୀତାଙ୍କ ଜନ୍ମ। ରବୀନ୍ଦ୍ରଭାଇ ଦଲାଲ ଓ ପୂର୍ଣ୍ଣିମା ଦଲାଲ୍‌ଙ୍କର ଝିଅ ହେଉଛନ୍ତି ନୀତା।

୮ ମାର୍ଚ୍ଚ, ୧୯୮୫ରେ ବିଜନେସ୍ ଟାଇକୁନ୍‌ ତଥା ରିଲାଇନ୍ସ୍ ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ମୁକେଶ ଅମ୍ବାନିଙ୍କୁ ବିବାହ କରିଥିଲେ ନୀତା। ହେଲେ ଉଭୟଙ୍କ ବିବାହ ଏକ ଫିଲ୍ମ ଷ୍ଟାଇଲରେ ହୋଇଥିଲା।

ଗୋଟିଏ ସ୍କୁଲ୍ କାର୍ଯ୍ୟକ୍ରମରେ ନୀତାଙ୍କୁ ନୃତ୍ୟ ପ୍ରଦର୍ଶନ କରୁଥିବା ବେଳେ ପ୍ରଥମ ଥର ଦେଖିଥିଲେ ଶ୍ୱଶୂର ଧୀରୁଭାଇ ଅମ୍ବାନୀ। ପ୍ରଥମ ଦେଖାରେ ହିଁ ନୀତାଙ୍କୁ ବୋହୂ କରିବାକୁ ଠିକ କରିଥିଲେ ସେ।

ଘରକୁ ଯାଇ ନୀତାଙ୍କୁ ଫୋନ୍‌ କରିଥିଲେ ଧୀରୁଭାଇ। ନୀତା କିନ୍ତୁ ଭାବି ନଥିଲେ କି ଧୀରୁଭାଇ ତାଙ୍କୁ କଲ୍‌ କରିବେ। ଧୀରୁଭାଇଙ୍କ ନୀତାଙ୍କୁ ଫୋନ୍ କଲେ ଆଉ କହିଲେ, “ମୁଁ ଧୀରୁଭାଇ କହୁଛି”। କେହି ଥଟ୍ଟା ପରିହାସ କରୁଛି ଭାବି, “ହଁ ମୁଁ ଏଲିଜାବେଥ୍ ଟେଲର୍ କହୁଛି” ବୋଲି ଶ୍ୱଶୁରଙ୍କ ସହିତ ଥଟ୍ଟା କରିଥିଲେ ନୀତା।

ମୁକେଶ ଅମ୍ବାନି ଓ ନୀତା ଅମ୍ବାନିଙ୍କର ପ୍ରେମ କାହାଣୀ କୌଣସି ଫିଲ୍ମ କାହାଣୀରୁ କମ୍ ନ ଥିଲା। ଧୀରୁଭାଇଙ୍କ ସିନା ହିଁ ବିବାହ ପ୍ରସ୍ତାବ ପାଇଁ ହଁ କରିଦେଇଥିଲେ ନୀତା। କିନ୍ତୁ ମୁକେଶଙ୍କୁ ବିବାହ ପ୍ରସ୍ତାବର କୌଣସି ଉତ୍ତର ଦେଇ ନ ଥିଲେ ସେ। ନୀତାଙ୍କ ପାଟିରୁ ହଁ ଶୁଣିବା ପାଇଁ ଫିଲ୍ମ ହିରୋଙ୍କ ଭଳି ରାସ୍ତା ମଝିରେ ଗାଡ଼ି ଅଟକାଇ ପ୍ରପୋଜ୍‌ କରିଥିଲେ ମୁକେଶ। ଉତ୍ତର ନ ପାଇବା ଯାଏଁ ଗାଡ଼ି ଚଳାଇବେ ନାହିଁ ବୋଲି ବି କହିଥିଲେ। ମୁକେଶଙ୍କର ଏହି କଥା ଶୁଣି ହସିକି ହଁ କହିଦେଇଥିଲେ ନୀତା।

ବିବାହ ପରେ କାମ ଛାଡ଼ିବେ ନାହିଁ ବୋଲି ସର୍ତ୍ତ ରଖିଥିଲେ ନୀତା

ବିବାହ ପରେ ନିଜ କାମ ଛାଡ଼ିବେ ନାହିଁ ବୋଲି ପୂର୍ବରୁ ସ୍ଥିର କରିଥିଲେ ନୀତା। ବିବାହ ପୂର୍ବରୁ ହିଁ ସେ ଶ୍ୱଶୂର ଧୀରୁଭାଇ ଅମ୍ବାନିଙ୍କ ପାଖରେ ଏହି ସର୍ତ୍ତ ରଖିଥିଲେ। ଏହି ସର୍ତ୍ତରେ ହିଁ ମୁକେଶ ସ ନୀତାଙ୍କ ବିବାହ ଅନୁଷ୍ଠିତ ହୋଇଥିଲା।

ବିବାହ ପରେ ବି ନୀତା ସିଏସ୍‌ଆର୍‌ରେ କାମ କରିବା ସହିତ ରିଲାଇନ୍ସ୍‌ ଫାଉଣ୍ଡେସନ୍‌ରେ ବି ଅଧ୍ୟକ୍ଷା ଏବଂ ପ୍ରତିଷ୍ଠାତା ଭାବେ ଯୋଗ ଦେଇଥିଲେ। ୨୦୧୪ରେ ସେ ରିଲାଇନ୍ସ୍ ଇଣ୍ଡଷ୍ଟ୍ରିରେ ବୋର୍ଡ ସଦସ୍ୟ ଭାବେ ନିଯୁକ୍ତି ପାଇଲେ। ଏହାବ୍ୟତୀତ ସେ ଫ୍ରାଞ୍ଚାଇଜ୍ କ୍ରିକେଟ୍ ଦଲ ମୁମ୍ବାଇ  ଇଣ୍ଡିଆ ଟିମ୍ର ମାଲିକାଣୀ।  ୨୦୧୬ ମସିହାରେ ଅନ୍ତଃରାଷ୍ଟ୍ରୀୟ ଅଲମ୍ପିକ୍ ସମିତି ପକ୍ଷରୁ ନିର୍ବାଚିତ ହୋଇଥିବା ପ୍ରଥମ ଭାରତୀୟ ମହିଳା ଥିଲେ ନୀତା।

Comment