ଓଡ଼ିଶାଲାଇଭ୍ ବ୍ୟୁରୋ

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ସହଯୋଗୀ ସଂସ୍ଥା ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍ (ଆର୍‌ଆର୍‌ଭିଏଲ୍‌)ରେ ୭,୫୦୦ କୋଟି ଟଙ୍କା ନିବେଶ କରିବ ସିଲ୍‌ଭର୍ ଲେକ୍। ଏହି ଜରିଆରେ ସିଲ୍‌ଭର୍ ଲେକ୍ ପକ୍ଷରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ରେ ଦ୍ୱିତୀୟ ଥର ବିଲିଅନ ଡଲାରରୁ ଅଧିକ ନିବେଶ କରାଯାଇଥିବା ସୂଚନା ମିଳିଛି।

କିଛି ମାସ ପୂର୍ବରୁ ମଧ୍ୟ ସିଲ୍‌ଭର୍ ଲେକ୍ ପକ୍ଷରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଡିଜିଟାଲ୍ କଂପାନୀ ଜିଓ ପ୍ଲାଟଫର୍ମସ୍‌ରେ ୧.୩୫ ବିଲିଅନ୍ ଡଲାରର ପୁଞ୍ଜିନିବେଶ କରାଯାଇଥିଲା।“ରିଟେଲ୍ କ୍ଷେତ୍ରରେ ସାରା ଦେଶର ଗ୍ରାହକଙ୍କୁ ଉଚିତ ମୂଲ୍ୟ ପ୍ରଦାନ କରିବା ଲାଗି ନିୟୁତାଧିକ ବ୍ୟବସାୟୀମାନଙ୍କ ସହ ଅନ୍ତୁର୍ଭକ୍ତୀକରଣ ସହଭାଗିତା ସ୍ଥାପନ ଦିଗରେ ଆମର ଉଦ୍ୟମକୁ ସିଲ୍‌ଭର୍ ଲେକ୍ ସହଯୋଗର ହାତ ବଢାଇଥିବାରୁ ମୁଁ ବହୁତ ଖୁସି। ଆମର ବିଶ୍ୱାସ ରହିଛି ଯେ ଏହି କ୍ଷେତ୍ରରେ ଆବଶ୍ୟକ ହେଉଥିବା ପରିବର୍ତ୍ତନ ଆଣିବା ଲାଗି ପ୍ରଯୁକ୍ତି ହେଉଛି ଏକ ପ୍ରମୁଖ ଆବଶ୍ୟକତା ଯଦ୍ୱାରା ଅନ୍ତର୍ଭୁକ୍ତୀକରଣ ଅଭିବୃଦ୍ଧି ବ୍ୟବସ୍ଥା ଲାଗି ଖୁଚୁରା କ୍ଷେତ୍ରର ବିଭିନ୍ନ ଉପାଦାନକୁ ଏକତ୍ରୀତ କରାଯାଇପାରିବ। ଭାରତୀୟ ଖୁଚୁରା ବ୍ୟବସାୟ କ୍ଷେତ୍ର ପ୍ରତି ଆମର ରହିଥିବା ଲକ୍ଷ୍ୟକୁ କାର୍ଯ୍ୟକାରୀ କରିବାରେ ସିଲଭର୍ ଲେକ୍ ଏକ ମୂଲ୍ୟବାନ ସହଯୋଗୀ ହେବ’’, କହିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ଏବଂ ପରିଚାଳନା ମୁଖ୍ୟ ମୁକେଶ ଅମ୍ଵାନି।“ଏହି ନିବେଶ ଜରିଆରେ ରିଲାଏନ୍ସ ସହିତ ଆମର ସମ୍ପର୍କକୁ ଆହୁରି ଗଭୀର କରିଥିବାରୁ ଆମେ ଉଲ୍ଲସିତ। ମୁକେଶ ଅମ୍ବାନି ଓ ରିଲାଏନ୍ସରେ ତାଙ୍କ ଟିମ୍ ସେମାନଙ୍କର ସାହସପୂର୍ଣ୍ଣ ଲକ୍ଷ୍ୟ, ସାମାଜିକ ଲାଭ ନେଇ ପ୍ରତିବଦ୍ଧତା, ନବସୃଜନରେ ଉତ୍କର୍ଷ ଏବଂ ନିରବଚ୍ଛିନ୍ନ କାର୍ଯ୍ୟକାରିତା ପ୍ରତି ରହିଥିବା ନିଷ୍ଠା ଓ ପ୍ରତିବଦ୍ଧତା ଜରିଆରେ ଖୁଚୁରା ଓ ପ୍ରଯୁକ୍ତି କ୍ଷେତ୍ରରେ ବିଶ୍ୱର ଏକ ଉଲ୍ଲେଖନୀୟ ସଂସ୍ଥା ସୃଷ୍ଟି କରିଛନ୍ତି। ଭାରତ ଓ ବିଶ୍ୱର ଅନ୍ୟ ପ୍ରାନ୍ତ କୋଭିଡ୍‌-୧୯ ମହାମାରୀ ସହିତ ଲଢ଼େଇ କରୁଥିବା ବେଳେ ଖୁବ୍ କମ୍ ସମୟ ଭିତରେ ଜିଓମାର୍ଟ ହାସଲ କରିଥିବା ସଫଳତା ବାସ୍ତବରେ ଉଲ୍ଲେଖନୀୟ ଏବଂ ସବୁଠୁ ଉତ୍ସାହଜନକ ଅଭିବୃଦ୍ଧି ପର୍ଯ୍ୟାୟ ଆରମ୍ଭ ହୋଇଛି। ରିଲାଏନ୍ସର ନୂଆ ବାଣିଜ୍ୟ ବା ନିଉ କମର୍ସ ରଣନୀତି ଏହି ଦଶନ୍ଧିର ପରିବର୍ତ୍ତନକାରୀ ସାବ୍ୟସ୍ତ ହେବାର ଦକ୍ଷତା ରଖିଛି। ଭାରତୀୟ ରିଟେଲ୍ କ୍ଷେତ୍ରରେ ରିଲାଏନ୍ସର ରହିଥିବା ଲକ୍ଷ୍ୟରେ ସାମିଲ ହେବା ଲାଗି ଆମନ୍ତ୍ରିତ ହୋଇଥିବାରୁ ଆମେ ବେଶ୍ ରୋମାଂଚିତ’’, କହିଛନ୍ତି ସିଲଭର୍ ଲେକ୍‌ର ଅସିଷ୍ଟାଣ୍ଟ-ସିଇଓ ଓ ମ୍ୟାନେଜିଂ ପାର୍ଟନର ଏଗନ ଡର୍ବାନ।BGUରିଲାଏନ୍ସ ରିଟେଲ୍ ଲିମିଟେଡ୍ ହେଉଛି ଆର୍‌ଆର୍‌ଭିଏଲ୍‌ର ଏକ ସହଯୋଗୀ ସଂସ୍ଥା ଯାହାର ସାରା ଭାରତରେ ୧୨,୦୦୦ରୁ ଅଧିକ ବିଭିନ୍ନ ପ୍ରକାରର ଷ୍ଟୋର୍ ରହିଛି ଏବଂ ସେହି ସବୁ ଷ୍ଟୋର୍‌ରେ ୬୪ କୋଟିରୁ ଅଧିକ ଲୋକ ପ୍ରବେଶ କରୁଛନ୍ତି। ଭାରତୀୟ ସମାଜକୁ ଲାଭ ପହଂଚାଇବା ଲାଗି ଏହା ଲକ୍ଷ ଲକ୍ଷ ଚାଷୀ, ଏମ୍‌ଏସ୍‌ଏମ୍‌ଇକୁ ସଶକ୍ତ କରୁଥିବା ବେଳେ ଅନେକ ସ୍ଥାନୀୟ ଓ ବିଶ୍ୱ ସ୍ତରୀୟ ସଂସ୍ଥା ସହ ଯୋଡ଼ି ହୋଇଛି ଏବଂ ନିୟୁତାଧିକ ଭାରତୀୟଙ୍କ ପାଇଁ ନିଯୁକ୍ତି ସୃଷ୍ଟି ଓ ସୁରକ୍ଷା ପ୍ରଦାନ କରୁଛି। ସେହିଭଳି, ସିଲଭର ଲେକ୍ ହେଉଛି ଏକ ବିଶ୍ୱସ୍ତରୀୟ ସଂସ୍ଥା ଯାହାର ପରିଚାଳନା ଅଧୀନରେ ୫୦ ବିଲିଅନ ଡଲାରର ସମ୍ପତି ରହିଛି। ଏହା ଏୟାର ବିଏନ୍‌ବି, ଆଲିବାବା, ଆଲଫାବେଟ୍‌ର ଭେରିଲାଏ ଓ ୱେମୋ, ଡେଲ୍ ଟେକ୍ନୋଲୋଜିସ୍‌, ଟ୍ୱିଟର୍ ଭଳି ବିଶ୍ୱର ଅନେକ ପ୍ରମୁଖ ପ୍ରଯୁକ୍ତି କଂପାନିରେ ପୁଞ୍ଜିନିବେଶ କରିଛି।

Comment