ଓଡ଼ିଶାଲାଇଭ୍‌ ବିଜିନେସ ବ୍ୟୁରୋ

  • ମାସିକ ୫୦୦ ଟଙ୍କାରେ ଆମେରିକା ଓ କାନାଡାକୁ ଅନ୍‌ଲିମିଟେଡ୍ କଲିଙ୍ଗ୍
  • ଜିଓ ଫିଲ୍ମ ବଣ୍ତଲ ସେବା ମାଧ୍ୟମରେ ଜିଓ ଫାଇବରରେ ମିଳିବ ସବୁ ଅଗ୍ରଣୀ ପ୍ଲାଟ୍‌ଫର୍ମର ଭିଡିଓ

ଟେଲିଫୋନ୍ ବା ମୋବାଇଲ୍ ସେବା, ଇଣ୍ଟରନେଟ୍, ଏବଂ ଗେମିଂଠାରୁ ଆରମ୍ଭକରି ଓଟିଟି (ଓଭର୍ ଦ ଟପ୍) ସେବା ପର୍ଯ୍ୟନ୍ତ ଆଧୁନିକ ଜୀବନର ସବୁ ବିଭାଗକୁ ଏବେ ପ୍ରଭାବିତ କରିବାକୁ ଯାଉଛି ମୁକେଶ ଅମ୍ବାନିଙ୍କ ଜିଓ। ଜିଓ ଫୋନ୍, ଜିଓ ଟିଭି ପରେ ଏବେ ଜିଓ ଫାଇବର୍ ସେବାକୁ ବ୍ୟାପକ କରିବାକୁ ଯାଉଛି।

ଜିଓ ମୋବାଇଲ୍ ସେବାକୁ ଏହି ସେପ୍ଟେମ୍ବର ୫ ତାରିଖରେ ପୂରୁଛି ୩ ବର୍ଷ । ଏହି ଅବସରରେ ରିଲାଏନ୍ସ ଜିଓ ଫାଇବର୍ ସେବା ଆରମ୍ଭ କରିବାକୁ ଯାଉଛି। ଭାରତର ଘରେ ଘରେ ଉନ୍ନତମାନର ବ୍ରଡବ୍ୟାଣ୍ଡ ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ସିଏମଡି ମୁକେଶ୍ ଅମ୍ବାନି। ସୋମବାର ଦିନ ରିଲାଏନ୍ସର ବାର୍ଷିକ ଅଧିବେଶନ ବେଳେ ସେ ଏହି ଘୋଷଣା କରିଛନ୍ତି।

ବର୍ତ୍ତମାନ ଦେଶରେ ଜିଓ ପାଖରେ ୩କୋଟି ୪୦ଲକ୍ଷରୁ ଅଧିକ ଗ୍ରାହକ ରହିଛନ୍ତି। ପ୍ରତି ମାସରେ ପ୍ରାୟ ୧କୋଟି ମୋବାଇଲ୍ ଗ୍ରାହକ ଜିଓ ସହିତ ଯୋଡ଼ି ହେଉଛନ୍ତି। ଏହାଫଳରେ ଜିଓ ଆଜି ଭାରତର ସର୍ବବୃହତ ମୋବାଇଲ୍ ସେବା ପ୍ଲାଟଫର୍ମ ହୋଇପାରିଛି। ସେହିପରି ଜିଓ ଆଜି ପୃଥିବୀର ଦ୍ଵିତୀୟ ବୃହତ ପ୍ଲାଟଫର୍ମର ମାନ୍ୟତା ପାଇପାରିଛି।

ଜିଓ ଗିଗାଫାଇବର ଏକ ହାଇସ୍ପିଡ୍ ଇଣ୍ଟରନେଟ୍ ସର୍ଭିସ୍‌। ଏଡି ଗିଗାଫାଇବରରେ ଗ୍ରାହକ ଇଣ୍ଟରନେଟ୍ ସର୍ଭିସ୍‌ ସହିତ କଲିଙ୍ଗ୍, ଟିଭି ଏବଂ ଡିଟିଏଚର ସୁବିଧା ପାଇପାରିବେ।

ସେପ୍ଟେମ୍ବର ୫ରୁ ଯେଉଁ ଫାଇବର୍ ସଂଯୋଗ ଦିଆଯିବ ତାହାର ସ୍ପିଡ୍ ୧୦୦ ଏମବିପିଏସ୍‌ରୁ ୧୦୦୦ ଏମବିପିଏସ୍ ବା ଏକ ଜିବିପିଏସ୍ ରହିବ।

ଗ୍ରାହକମାନେ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ମାସିକ ୭୦୦ ଟଙ୍କାରୁ ୧୦,୦୦୦ ଟଙ୍କା ମଧ୍ୟରେ ଏହି ସେବା ପାଇପାରିବେ।

ଏହି ଜିଓ ଫାଇବର୍ ମାଧ୍ୟମରେ ବିଭିନ୍ନ ପ୍ରକାର ଅତ୍ୟାଧୁନିକ କମ୍ୟୁନିକେସନ୍ ଏବଂ ଇଣ୍ଟରନେଟ୍ ସେବା ପାଇପାରିବେ। ତା’ ମଧ୍ୟରେ ରହିଛି ଲ୍ୟାଣ୍ଡଲାଇନ୍ ଫୋନ୍, ମଲ୍ଟି ପ୍ଲାଟଫର୍ମ ଭିଡ଼ିଓ କନଫରେନ୍ସି ଓ ଡିଜିଟାଲ୍ ସେଟଅପ୍ ବକ୍ସ ଇତ୍ୟାଦି। ଅର୍ଥାତ୍ ଟେଲିଫୋନ୍, ଇଣ୍ଟରନେଟ୍ ଟେଲିଭିଜନ୍ ଭଳି ପ୍ରମୁଖ ସେବା କ୍ଷେତ୍ରରେ ଜିଓ ଫାଇବର୍ ଏକ ନୂଆ ଆନ୍ଦୋଳନ ସୃଷ୍ଟି କରିବାକୁ ଯାଉଛି।

ଆଗାମୀ ଦୁଇ ବର୍ଷ ମଧ୍ୟରେ ଭାରତରେ ଲୋକମାନେ ୨୦୦କୋଟିରୁ ଅଧିକ ସଂଖ୍ୟାରେ ବିଭିନ୍ନ ପ୍ରକାର ଆଇଓଟି ଡିଭାଇସ୍ ବ୍ୟବହାର କରୁଥିବାର ଆକଳନ କରାଯାଇଛି। ତା’ ଭିତରୁ ୫୦ ଭାଗ ଡିଭାଇସକୁ ଜିଓ ଫାଇବର୍ ମାଧ୍ୟମରେ ଯୋଡ଼ିବା ଲାଗି ରିଲାଏନ୍ସ ପରିବାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି।

ଜିଓ ଗିଗାଫାଇବରର ମାସିକିଆ ପ୍ଲାନ୍ ୭୦୦ ଟଙ୍କାରୁ ଆରମ୍ଭ କରି ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ରହିବ। ଜିଓ ଗିଗାଫାଇବର୍‌ରେ ଇଣ୍ଟରନ୍ୟାସନାଲ କଲିଙ୍ଗ୍‌ରେ ଗ୍ରାହକଙ୍କୁ ୫୦୦ ଟଙ୍କା ପ୍ରତି ମାସରେ ଦେବାକୁ ହେବ।

ପ୍ରାୟ ୫ଲକ୍ଷ ଗ୍ରାହକକଙ୍କୁ ଜିଓ ଫାଇବର୍ କନେକ୍ସନ୍ ଦିଆଯାଇଥିଲା। ପ୍ରତ୍ୟେକ ପରିବାର ମାସିକ ପ୍ରାୟ ୧୦୦ ଜିବି ଡାଟା ବ୍ୟବହାର କରୁଥିବା ଜିଓ ପକ୍ଷରୁ ହିସାବ କରାଯାଇଛି।

ଆଗାମୀ ଦିନରେ ସେହି  ୧୬୦୦ ସହରରେ ପ୍ରାୟ ୫ କୋଟି ଗ୍ରାହକଙ୍କ ପାଖରେ ଜିଓ ଫାଇବର୍ ପହଞ୍ଚାଇବା ପାଇଁ କମ୍ପାନି ଲକ୍ଷ୍ୟ ରଖିଛି। ତା’ ମଧ୍ୟରେ ଦେଢ଼ କୋଟିରୁ ଅଧିକ ଛୋଟ ବଡ଼ ବ୍ୟବସାୟ ପ୍ରତିଷ୍ଠାନଙ୍କୁ ଜିଓ ଫାଇବର୍ ମାଧ୍ୟମରେ ଇଣ୍ଟରନେଟ୍ ସେବା ଯୋଗାଇ ଦିଆଯିବ ବୋଲି ମୁକେଶ୍ ଅମ୍ବାନି କହିଛନ୍ତି।

ଜିଓ ଗିଗାଫାଇବରର ଗୋଟେ କନେକ୍‌ସନ୍‌ରେ ୪୦ଟି ଡିଭାଇସ୍ କନେକ୍‌ସନ୍‌ କରିପାରିବେ। ଟ୍ରାଏଲରେ ଗ୍ରାହକଙ୍କୁ ୧୦୦ ଏମ୍‌ବିପିଏସ୍‌ ସ୍ପିଡ୍‌ର ଡାଟା ଦିଆଯିବ।

ଜିଓ ଗିଗାଫାଇବରରେ ବାର୍ଷିକ ପ୍ଲାନ୍ ସବ୍‌ସ୍କ୍ରାଇବ୍‌ କରୁଥିବା ଗ୍ରାହକଙ୍କୁ HD/4k ଟେଲିଭିଜନ୍ ଏବଂ 4k ସେଟ୍‌ଟପ୍ ବକ୍ସ ମାଗଣାରେ ମିଳିବ।

ଜିଓ ପକ୍ଷରୁ ଆରମ୍ଭ ହୋଇଥିବା ଗିଗା ଫାଇବର୍ ଏବଂ ଜିଓ ସେଟଅପ୍ ବକ୍ସ ଲଗାଇ ଲୋକାଲ୍ କେବୁଲ୍ ଅପରେଟରମାନେ ଦେଶ ବିଦେଶର ଆଗଧାଡ଼ିର ଚ୍ୟାନେଲଗୁଡ଼ିକୁ ପାଇପାରିବେ ଓ ତାକୁ ଲୋକାଲ୍ କେବୁଲ୍ କନେକ୍ସନ ମାଧ୍ୟମରେ ଗ୍ରାହକଙ୍କ ପାଖରେ ପହଞ୍ଚାଇପାରିବେ।

ଦେଶର ୧ଲକ୍ଷରୁ ଅଧିକ ଲୋକାଲ୍ କେବୁଲ୍ ଅପରେଟର ଜିଓ ସେଟଅପ୍ ବକ୍ସ ମାଧ୍ୟମରେ ଏଚଡି ଚ୍ୟାନେଲ୍ ମଧ୍ୟ ପାଇପାରିବେ।

୨୦୨୦ ମଧ୍ୟ ଭାଗରେ ଜିଓ ଗ୍ରାହକମାନେ ଘରେ ବସି ରିଲିଜ ହେଉଥିବା ବିଭିନ୍ନ ସିନେମାର ପ୍ରିମିୟର ସୋ’ ଦେଖିପାରିବେ।

ଜଣେ ଗ୍ରାହକ ବା ଡିଜିଟାଲ ମିଡିଆ ୟୁଜର ଅଲଗା ଅଲଗା ଡିଭାଇଓ୍‌ ଏବଂ ଅଲଗା ଆପ୍ଲିକେଶନ ବ୍ୟବହାର ନକରି ଜିଓ ଗିଗା ଫାଇବର ଓ ସେଟ୍‌ ଅପ୍‌ ବକ୍ସ ଜରିଆରେ ଦେଶ ବିଦେଶର ପ୍ରମୁଖ ଭିଡିଓ ପ୍ଲାଟଫର୍ମର କଣ୍ଟେଣ୍ଟ ଦେଖିପାରିବେ।

ଜିଓ ଫାଇବର ଓ ଜିଓ ସେଟ୍‌ ଅପ୍‌ ବକ୍ସ ପରେ ଆଗକୁ ଆସୁଛି ଜିଓ ଏମ୍‌ଆର୍‌। ଏମ୍‌ଆର୍‌ର ଅର୍ଥ ହେଉଛି ମିକ୍ସଡ୍‌ ରିଆଲିଟି। ଆପଣମାନେ ଅଗ୍‌ମେଣ୍ଟେଡ୍‌ ରିୟାଲିଟି(ଏଆର୍‌) ଏବଂ ଭର୍ଚୁଆଲ ରିଆଲିଟି(ଭିଆର୍‌) ବାବଦରେ ଜାଣିଥିବେ। ଏବେ ଜିଓ ଏହି ଦୁଇଟି ଅତ୍ୟାଧୁନିକ ଫିଚର୍‌କୁ ଯୋଡ଼ି ପ୍ରସ୍ତୁତ କରିଛି ମିକ୍ସଡ୍‌ ରିଆଲିଟି(ଏମ୍‌ଆର)। ଏହି ଏମ୍‌ଆର ହେଡ୍‌ସେଟ୍‌ ଲଗାଇ ନିଜ ଘର ଟିଭିରେ ଜଣେ ପାଇପାରିବେ ସିନେମା ହଲ୍‌ର ଅନୁଭୂତି।

କେବଳ ସିନେମା ନୁହେଁ, ଏହି ଅତ୍ୟାଧୁନିକ ଟେକ୍ନୋଲୋଜି ମାଧ୍ୟମରେ ଜଣେ ଦର୍ଶକ ୩ଡି ଭିଡିଓ ଦେଖିବା ସହ ଗେମିଂର ମଜା ନେଇପାରିବେ। ମନୋରଞ୍ଜନ ଓ ଶିକ୍ଷାଠାରୁ ସପିଂ ପର୍ଯ୍ୟନ୍ତ ଆଧୁନିକ ଜୀବନର ବିଭିନ୍ନ ଦିଗକୁ ଏବେ ଆକର୍ଷଣ କରିବ ଜିଓର ଏହି ଏମ୍‌ଆର ଫିଚର।

ଜିଓ ଗିଗାଫାଇବର ପ୍ରିମିୟମ୍‌ ସର୍ଭିସ୍‌ ନେଲେ ଉପଭୋକ୍ତା ଘରେ ବସି ଫାଷ୍ଟ ଡେ’ ଫାଷ୍ଟ ସୋ’ର ଲାଭ ଉଠାଇ ପାରିବେ। ନୂଆ କରି ରିଲିଜ ହୋଇଥିବା ଫିଲ୍ମ ଘରେ ବସି ଦେଖି ପାରିବେ।

Comment