ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୦୬, ଅଗଷ୍ଟ ୮ରେ ଅଗ୍ରଣୀ ଡିଟିଏଚ୍ ସେବା ପ୍ରଦାନକାରୀ କମ୍ପାନି ଟାଟା ସ୍କାଏ ନିଜର ଯାତ୍ରା ଆରମ୍ଭ କରିଥିଲା। ଟାଟା ସ୍କାଏ ସଫଳତାର ସହ ୧୪ ବର୍ଷ ପୂରା କରିଛି। ଅଗଷ୍ଟ ୮ରେ ୧୪ତମ ବାର୍ଷିକୀ ପାଳନ ଅବସରରେ ଏକ ଭିଡିଓ ‘୧୪ ଇୟରର୍ସ ଅଫ୍ ଜିଙ୍ଗାଲାଲା ଜର୍ଣ୍ଣି’ ଜାରି କରିଛି ଟାଟା ସ୍କାଏ।

ଆରମ୍ଭରୁ ଟାଟା ସ୍କାଏ ସହିତ ଜଡ଼ିତ ଥିବା ୧୪ ଜଣ ଗ୍ରାହକ ସେମାନଙ୍କର ଅଭିଜ୍ଞତା ସମ୍ପର୍କରେ ବଖାଣୁଛନ୍ତି। ଟାଟା ସ୍କାଏ କିପରି ନିଜର ପ୍ରତିଶ୍ରୁତି ବଦ୍ଧତାକୁ ପୂରଣ କରିପାରିଛି। ତାହା ଏହି ଭିଡ଼ିଓରେ ଦେଖିବାକୁ ମିଳିଛି। ଏହାକୁ ଚିମ୍ପ୍ ଆଣ୍ଡ୍ ଜେଡ୍ ଇଣ୍ଟରନ୍ୟାଶନାଲ ଦ୍ୱାରା ପ୍ରସ୍ତୁତ କରାଯାଇଛି।

‘‘ଆମ ନେଟ୍‌ୱାର୍କର ସଫଳତା ଦୀର୍ଘ ଦିନ ଧରି ଆମ ସହିତ ରହିଥିବା ଗ୍ରାହକଙ୍କ ଅଭିଜ୍ଞତା ଦ୍ୱାରା ପ୍ରତିପାଦିତ ହୋଇଛି। ଏହି ଭିଡ଼ିଓ ଆମକୁ ବେଶ୍ ଉତ୍ସାହିତ କରିଛି। ଏହା ଆମକୁ ଆଗାମୀ ଦିନରେ କାମ କରିବାକୁ ପ୍ରୋତ୍ସାହିତ କରିବ’’, କହିଛନ୍ତି ଟାଟା ସ୍କାଏର ମୁଖ୍ୟ କମ୍ୟୁନିକେଶନ ଅଫିସର ଅନୁରାଗ କୁମାର।

ଏହି ଅବସରରେ ଚିମ୍ପ୍ ଆଣ୍ଡ୍ ଜେଡ୍ ଇଣ୍ଟରନ୍ୟାଶନାଲ୍‌ର ସିଇଓ ଏବଂ ସହପ୍ରତିଷ୍ଠାତା ଅଙ୍ଗଦ ସିଂ ମନଚନ୍ଦା କହିଛନ୍ତି, ‘୧୪ବର୍ଷ ଧରି ସଫଳତା ହାସଲ କରିଥିବା ଟାଟାସ୍କାଏର ଏହି ଅଭିଯାନ ଗ୍ରାହକ ସେବାର ପ୍ରକୃତ ନିଦର୍ଶନ’’।

Comment