ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ଟେଲିକମ୍‌ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ଆଜିଠୁ ଲାଗୁ ହେବ ନୂଆ ଡିଟିଏଚ୍‌ ଟାରିଫ ବ୍ୟବସ୍ଥା। ଏଣିକି ଦର୍ଶକ ନିଜ ମନ ପସନ୍ଦର ଚ୍ୟାନେଲ ପାଇଁ ଟଙ୍କା ଦେବେ। ଯେଉଁ ଚ୍ୟାନେଲ୍‌ ଦର୍ଶକ ଦେଖିବାକୁ ଚାହିଁବେ, ସେହି ଚ୍ୟାନେଲ୍‌ ଅନୁଯାୟୀ ଦର୍ଶକ ଡିଟିଏଚ୍‌ କମ୍ପାନିଙ୍କୁ ଟଙ୍କା ଦେବେ। ସେହିପରି ଡିଟିଏଚ୍‌ କମ୍ପାନି ମଧ୍ୟ ସେହି ଚ୍ୟାନେଲଗୁଡ଼ିକ ପାଇଁ ଟଙ୍କା ନେବେ ଯାହାକୁ ଦର୍ଶକ ଚୟନ କରିବେ।

କେବୁଲ ଓ ଡିଟିଏଚ୍‌ ଗ୍ରାହକ ପ୍ରତି ମାସରେ ଜିଏସ୍‌ଟି ସମେତ ୧୫୩ ଟଙ୍କାରେ ଦୂରଦର୍ଶନର ୨୬ଟି ବାଧ୍ୟତାମୂଳକ ଚ୍ୟାନେଲକୁ ମିଶାଇ ୧୦୦ ଟି ଫ୍ରି ଟୁ ଏୟାର ଚ୍ୟାନେଲ ଦେଖିପାରିବେ। ଅଧିକ ୨୦ ଟଙ୍କା ଦେଲେ ଆଉ ୨୫ଟି ଫ୍ରି ଟୁ ଏୟାର ଚ୍ୟାନେଲ୍‌ ଦେଖିହେବ।

ତେବେ ପେ-ଚ୍ୟାନେଲ୍‌ କ୍ଷେତ୍ରରେ ଉପଭୋକ୍ତା ଯେଉଁ ଯେଉଁ ଚ୍ୟାନେଲ ଦେଖିବାକୁ ଚାହିଁବେ କେବଳ ସେହି ଚ୍ୟାନେଲ୍‌ ପାଇଁ ହିଁ ଟଙ୍କା ଦେବେ।

ପ୍ରତି ଚ୍ୟାନେଲ୍‌ର ଦର ୧ରୁ ୧୯ ଟଙ୍କା ମଧ୍ୟରେ ନିର୍ଦ୍ଧାରଣ କରାଯାଇଛି। ଅପରେଟରମାନେ ଗ୍ରାହକଙ୍କ ସୁବିଧା ଲାଗି ପ୍ରତି ଚ୍ୟାନେଲ୍‌ର ଦର ପ୍ରଦର୍ଶିତ କରିବେ।

ଏହି ନିୟମ ବିଷୟରେ ଅଧିକ ଜାଣିବାକୁ ଚାହୁଁଥିଲେ ଉପଭୋକ୍ତାମାନେ ୦୧୧-୨୩୨୩୭୯୨୨ ଓ ୦୧୧-୨୩୨୨୦୨୦୯ ନମ୍ବରକୁ କଲ୍ କରି ନିଜର ସମସ୍ତ ପ୍ରଶ୍ନର ଉତ୍ତର ପାଇପାରିବେ।

Comment