ଓଡ଼ିଶାଲାଇଭ୍‌ ବ୍ୟୁରୋ

ହଠାତ୍ ଲଦାଖ ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ମୋଦୀ ଚୀନ୍ ସହ ସଂଘର୍ଷରେ ଆହତ ହୋଇଥିବା ଯବାନଙ୍କୁ ଭେଟି ସେମାନଙ୍କୁ ଉତ୍ସାହିତ କରିଛନ୍ତି। ଯବାନମାନଙ୍କର ସାହସିକତା ପାଇଁ ଦେଶ ଆଜି ଗର୍ବ କରୁଛି ବୋଲି ପ୍ରଧାନମନ୍ତ୍ରୀ ଯବାନଙ୍କୁ ସମ୍ବୋଧିତ କରି କହିଛନ୍ତି। ଏହି ସମୟରେ ଚୀନକୁ ଏକ କଡ଼ା ବାର୍ତ୍ତା ଦେଇ କହିଛନ୍ତି ଯେ ବର୍ତ୍ତମାନ ବିସ୍ତାରବାଦ ଯୁଗ ଶେଷ ହୋଇଛି, ଏହା ହେଉଛି ବିକାଶର ଯୁଗ। ଇତିହାସ ସାକ୍ଷୀ ରହିଛି ଯେ ବିସ୍ତାରବାଦୀ ଶକ୍ତି ହାରିଯାଇଛନ୍ତି କିମ୍ବା ପଛକୁ ଫେରିବାକୁ ବାଧ୍ୟ ହୋଇଛନ୍ତି।

‘‘ମୁଁ ମୋ ସାମ୍ନାରେ ମହିଳା ସୈନ୍ୟଙ୍କୁ ଦେଖୁଛି। ସୀମାରେ ଯୁଦ୍ଧକ୍ଷେତ୍ରରେ ଏହି ଦୃଶ୍ୟ ଆମ ସମସ୍ତଙ୍କ ପ୍ରେରଣାଦାୟୀ’’, କହିଛନ୍ତି ମୋଦୀ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ତୁମେ ସେହି ମାଟିର ସନ୍ତାନ ଯେଉଁଠି ହଜାର ହଜାର ବର୍ଷ ଧରି ଅନେକ ଆକ୍ରମଣକାରୀଙ୍କ ଆକ୍ରମଣ ତଥା ଅତ୍ୟାଚାରର ଉପଯୁକ୍ତ ଉତ୍ତର ଦିଆଯାଇଛି। ଦୁନିଆ ତୁମର ଅଦମ୍ୟ ସାହସ ଦେଖିଛି।

‘‘ଆଜି ପ୍ରତ୍ୟେକ ଦେଶବାସୀଙ୍କ ମୁଣ୍ଡ ଗର୍ବରେ ଉପରକୁ ହୋଇଛି। ପ୍ରତ୍ୟେକ ଭାରତୀୟଙ୍କ ଛାତି ତୁମର ସାହସିକତା ଏବଂ ଶକ୍ତି ଦ୍ୱାରା ଗର୍ବିତ। ଭାରତ ମା’ର ସମ୍ମାନ ରକ୍ଷା କରିବା ପାଇଁ ତୁମର ସାହସ, ବୀରତ୍ୱ ଏବଂ ଉତ୍ସର୍ଗୀକୃତତା ତୁଳନାତ୍ମକ ନୁହେଁ”, କହିଛନ୍ତି ମୋଦୀ।

ଆତଙ୍କବାଦ ଜରିଆରେ ଯେଉଁମାନେ ନିଜର ଏକଛତ୍ରବାଦ ସ୍ଥାପନା ଚାହୁଁଛନ୍ତି ତାହା ଏବେ ସମ୍ଭବ ନୁହେଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଆଜି ହଠାତ ମୋଦୀ ଲେହ ଗସ୍ତ କରିଥିଲେ। ମେଡିକାଲରେ ଗଳଓ୍ୱାନ ସଂଘର୍ଷରେ ଆହତ ହୋଇଥିବା ଯବାନଙ୍କୁ ସେ ଭେଟିଥିଲେ। ଏହାସହ ଗଲଓ୍ୱାନ ଘାଟିରେ ସହିଦ ହୋଇଥିବା ଯବାନଙ୍କ ଶ୍ରଦ୍ଧାଞ୍ଜଳି ମଧ୍ୟ ଦେଇଛନ୍ତି।

Comment