ଓଡ଼ିଶାଲାଇଭ୍ ବ୍ୟୁରୋ

planet parade-1

ଆଜିର ଦିନରେ ମହାକାଶରେ ଘଟିବାକୁ ଯାଉଛି ଏକ ବିରଳ ଦୃଶ୍ୟ। ଆଜି ହେବ ମହାପୂର୍ଣ୍ଣ ଗ୍ରହ ମିଳନ ଅର୍ଥାତ ସୂର୍ଯ୍ୟଙ୍କ ଗୋଟିଏ ପାର୍ଶ୍ୱରେ ଅବସ୍ଥାନ କରିବେ ୮ଟି ଯାକ ଗ୍ରହ। ୧୭୦ ବର୍ଷରେ ଥରେ ଘଟିଥାଏ ଏହି ଘଟଣା।

ସୂର୍ଯ୍ୟଙ୍କ ଚାରିପଟେ ଅନବରତ ପରିକ୍ରମଣ କରୁଥାନ୍ତି ଆଠଟି ଗ୍ରହ ବୁଧ, ଶୁକ୍ର, ପୃଥିବୀ, ମଙ୍ଗଳ, ବୃହସ୍ପତି, ଶନି, ୟୁରେନ୍ସ, ଏବଂ ନେପଚୁନ୍। କସବୁବେଳେ ସମସ୍ତଙ୍କର ସ୍ଥିତି ଓ ଗତିବିଧି ଅଲଗା ଅଲଗା ଥାଏ। ୧୭୦ ବର୍ଷରେ ଥରେ ଏପରି ଏକ ସମୟ ଆସେ ଯେଉଁଠି ୮ଟି ଯାକ ଗ୍ରହ ଏକାସାଙ୍ଗରେ ସବର୍ଯ୍ୟର ଗୋଟିଏ ପାର୍ଶ୍ୱରେ ଅବସ୍ଥାନ କରନ୍ତି। ଏହି ସଂଯୋଗ ଅତ୍ୟନ୍ତ ବିରଳ।

planet parade-2

ସୂର୍ଯ୍ୟ ପରିକ୍ରମଣ କରିବା ସମୟରେ ଆଠଟି ଗ୍ରହ ମଧ୍ୟରୁ କେତେକ ଏପରି ଅବସ୍ଥାନ କରିଥାନ୍ତି ହେଲେ ଆଠଟି ଯାକ ଗ୍ରହ ଗୋଟିଏ ପାର୍ଶ୍ୱରେ ରହିବା ନିହାତି ଭାବେ ବିରଳ। ଏହାକୁ ପ୍ଲାନେଡ୍ ପରେଡ୍ ବୋଲି କୁହାଯାଏ। ତେବେ ସୂର୍ଯ୍ୟଙ୍କ ଗୋଟିଏ ପାଖରେ ତିନୋଟି ଗ୍ରହ ବର୍ଷକୁ ୩ ଥର, ଚାରୋଟି ଗ୍ରହ ବର୍ଷକୁ ଥରେ, ପାଞ୍ଚଟି ଗ୍ରହ ୧୯ ବର୍ଷରେ ଥରେ ରହୁଥିବା ବେଳେ ୮ଟି ଯାକ ଗ୍ରହ କେବଳ ୧୭୦ ବର୍ଷରେ ଥରେ ଏହିପରି ଗୋଟିଏ ପାର୍ଶ୍ୱରେ ରୁହନ୍ତି।

Comment