ଓଡ଼ଶାଲାଇଭ୍ ବ୍ୟୁରୋ

ବିଶ୍ଵର ପ୍ରଥମ ମହାକାଶଚାରୀ ଭାବେ ନିଲ ଆର୍ମଷ୍ଟ୍ରଙ୍ଗ ଚନ୍ଦ୍ରରେ ପାଦ ଦେଇଥିଲେ। ୧୯୬୯ ମସିହା ଜୁଲାଇ ୨୦ତାରିଖରେ ଆପୋଲୋ ୧୧ ମହାକାଶଯାନରେ ସେ ଯାତ୍ରା ଆରମ୍ଭ କରିଥିଲେ। ଏହି ମହାକାଶ ଯାତ୍ରାରେ ତାଙ୍କୁ ଅନେକ ନମୁନା ମିଳିଥିଲା। ଯେଉଁ ନୁମୁନା ବଳରେ ଆମେ ଚନ୍ଦ୍ର ଓ ପୃଥିବୀ ମଧ୍ୟରେ ଦୂରତା ଓ ଚନ୍ଦ୍ରର ଭୌଗଳିକସ୍ଥିତି ବିଷୟରେ ଜଣାପଡ଼ିଥିଲା।

୬୦ ଦଶକରେ ଆମେରିକା ଓ ସୋଭିଏତ ଋଷ୍ ମଧ୍ୟରେ ଶୀତଳ ଯୁଦ୍ଧ ଲାଗି ରହିଥିଲା। ମହାକାଶ ବିଜ୍ଞାନରେ ଦୁଇ ରାଷ୍ଟ୍ର ଦୁହେଁଦୁହିଁ ପଛରେ ପକାଇବାକୁ ଚାହୁଁଥିଲେ। ସେହି ସମୟରେ ସୋଭିଏତ ଋଷ ମହାକାଶକୁ ଜଣେ ମହାକାଶଚାରୀ ପଠାଇବା ପାଇଁ ଅଭିଯାନ ଆରମ୍ଭ କରିଥିଲା। ଏହାକୁ ଦେଖି ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟ ଏଭଳି ଏକ ପ୍ରକଳ୍ପରେ କାମ କରିବାକୁ ଆରମ୍ଭ କରି ଚନ୍ଦ୍ର ଅଭିଯାନ ଆରମ୍ଭ କରିଥିଲା।

୧୯୬୯ ମସିହାରେ ନିଲ ଆର୍ମଷ୍ଟ୍ରଙ୍ଗ ଏହି ଯାତ୍ରା ଆରମ୍ଭ କରିଥିଲେ। ଏଥିରେ ସେ ନିଜ ମହାକାଶ ଯାନଠାରୁ ବେଶୀ ଦୂରକୁ ଯାଇ ପାରିନଥିଲେ। ଚନ୍ଦ୍ରର ମାଧ୍ୟାକର୍ଷଣ ବଳ ପୃଥିବୀର ମାଧ୍ୟାକର୍ଷଣ ବଳର ଏକଷଷ୍ଠାଂଶ। ଫଳରେ ନିଲ ଆର୍ମ ଷ୍ଟ୍ରଙ୍ଗଙ୍କୁ ସେଠାରେ ନିଜର ନିୟନ୍ତ୍ରଣ ରଖିବା କଷ୍ଟକର ହୋଇ ପଡ଼ିଥିଲା। ତେବେ ପ୍ରଥମ ଥର ପାଇଁ ଚନ୍ଦ୍ରରୁ ବହୁଗଡ଼ାଏ ନମୁନା ନେଇ ଫେରିଥିଲେ। ଫଳରେ ଚନ୍ଦ୍ରର ଭୌଗଳିକ ପରିସ୍ଥିତି ସେଠାକାର ପାଣିପାଗ ବିଷୟରେ ଜାଣିବାକୁ ମିଳିଥିଲା। ଚନ୍ଦ୍ରରେ ପାଦଦେବାରେ ବିଶ୍ଵର ପ୍ରଥମ ଦେଶ ଥିଲା ଆମେରିକା।

ଏହାପରେ ଆମେରିକା ତାର ଚନ୍ଦ୍ର ମିଶନକୁ ଆଗକୁ ବଢ଼ାଇବାକୁ ଲାଗିଲା। ମହାକାଶଯିବାକୁ ଥିବା ମହାକାଶଚାରୀମାନଙ୍କୁ ବିଶେଷ ଭାବରେ ଟ୍ରେନିଂ ଦିଆଯିବାକୁ ଲାଗିଲା। ବିଭିନ୍ନ ଭୌଗଳିକ ସ୍ଥିତି ବିଷୟରେ ଜାଣିବା ପାଇଁ ସେମାନଙ୍କୁ ଜର୍ମାନୀ, ଫ୍ରାନ୍ସ, ମେକ୍ସିକୋ ଭଳି ଦେଶକୁ ପଠାଯାଇଥିଲା। ଆପୋଲୋ ୧୫ ମିଶନରେ ଆମେରିକାର ମହାକାଶଚାରୀମାନେ ସେଠାରୁ ନମୁନା ସଂଗ୍ରହ ପାଇଁ ସାଙ୍ଗରେ ହାତୁଡ଼ି, ଡ୍ରିଲ ମେସିନ, କୋଦାଳ ଆଦି ନେଇ ଯାଇଥିଲେ।

ଆପୋଲୋ ୧୭ ମିଶନରେ ଆମେରିକାର ମହାକାଶଚାରୀଙ୍କୁ ଚନ୍ଦ୍ରର ପାଦଦେଶରୁ ଛୋଟଛୋଟ ମୋତିଭଳି ପଥର ଖଣ୍ଡ ମିଳିଥିଲା। ଫଳରେ ଚନ୍ଦ୍ରରେ ମଧ୍ୟ ପାହାଡ଼ ତିଆରି ହେବା ଭାଙ୍ଗିବା ଭଳି ପ୍ରକ୍ରିୟା ଜାରି ରହିଛି ବୋଲି ପ୍ରମାଣିତ ହୋଇଥିଲା। ଏହାଛଡ଼ା ଏହି ମିଶନରୁ ମହାକାଶଚାରୀମାନେ ଚନ୍ଦ୍ରରୁ ୭୪୧ ଖଣ୍ଡ ବିଭିନ୍ନ ନମୁନା ଆଣିଥିଲେ। ଏହି ୭୪୧ଖଣ୍ଡ ନମୁନାର ଓଜନ ୧୧୧ କେଜି ରହିଥିଲା। ଏହି ନମୁନାଗୁଡ଼ିକୁ ଆମେରିକାର ହ୍ୟୁଷ୍ଟନ ପ୍ରୟୋଗଶାଳାରେ ରଖାଯାଇଥିଲା। ଏହି ନମୁନାର କେତେକାଂଶ ବିଶ୍ଵର ବିଭିନ୍ନ ଦେଶକୁ ବଣ୍ଟା ମଧ୍ୟ ଯାଇଥିଲା। ଏହି ନମୁନା ଉପରେ ଆଜି ମଧ୍ୟ ଗବେଶଣା ଚାଲିଛି।

ଏହାପୂର୍ବରୁ ୧୯୬୧ ମସିହାରେ ସୋଭିଏତ ଋଷ୍ ସ୍ପଣ୍ଟିକ ୧ ମହାକାଶଯାନ ମାଧ୍ୟମରେ ୟୁରି ଗାଗାରିନଙ୍କୁ ମହାକାଶକୁ ପଠାଇବାରେ ସଫଳ ହୋଇଥିଲା। ଏହାପରେ ୧୯୬୩ ମସିହାରେ ସୋଭିଏତ ଋଷ ଭାଲେନଣ୍ଟିନା ଟେରେଶକୋଭା ନାମକ ମହାକାଶଚାରୀ ମହିଳାଙ୍କୁ ମହାକାଶକୁ ପଠାଇବାରେ ସଫଳ ହୋଇଥିଲା

Comment