ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱର ଆଇଆଇଟି ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ ଇସ୍ରୋ ଅଧ୍ୟକ୍ଷ କେ ଶିବନ। କେ ଶିବନ ଆଇଆଇଟି ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରସଙ୍ଗ ଉପରେ ଉଦ୍‌ବୋଧନ ଦେଇଥିଲେ।

ସେ କହିଥିଲେ, ‘‘ଗଗନାୟନ ଭାରତ ଇତିହାସ ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ। ୨୦୨୦ ଡିସେମ୍ବରରେ ପ୍ରଥମ ଅନ୍‌ମ୍ୟାନଡ୍‌ ମିଶନ ହେବ ଓ ୨୦୨୧ ଡିସେମ୍ବରରେ ପ୍ରଥମ ମ୍ୟାନ୍‌ଡ ମିଶନ କରି ଭାରତ ଇତିହାସ ରଚିବ।’’

ଏହାସହ ସେ କହିଥିଲେ, ‘‘୨୦୨୧ ଡିସେମ୍ବରରେ ଭାରତୀୟ ମହାକାଶଚାରୀ ମହାକାଶ ଯିବା ନେଇ ଆମେ ଟାର୍ଗେଟ ରଖିଛୁ।’’

ଶନିବାର ସକାଳୁ ଶିବନ ଭୁବନେଶ୍ୱର ବିମାନବନ୍ଦର ପହଞ୍ଚି ସିଧାସଳଖ ଆଇଆଇଟି ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ସେ ଆଇଆଇଟି ପହଞ୍ଚିବା ପୂର୍ବରୁ କହିଥିଲେ ଯେ, ଚନ୍ଦ୍ରଯାନରେ ୯୮ ପ୍ରତିଶତ ସଫଳତା ମିଳିଛି। ଲ୍ୟାଣ୍ଡର ବିକ୍ରମରେ କ’ଣ ତ୍ରୁଟି ରହିଛି ସେନେଇ ଅନୁସନ୍ଧାନ ଚାଲିଛି। ବିକ୍ରମ ସମ୍ପର୍କରେ ସମସ୍ତ ତଥ୍ୟ ବାହାରିବା ପରେ ଅନ୍ୟ ପଦକ୍ଷେପ ନିଆଯିବା ନେଇ ଶିବନ ଗଣମାଧ୍ୟମକୁ କହିଥିଲେ।

Comment