ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱରସ୍ଥିତ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଆଇଆଇଟି)ର ଜଣେ ଛାତ୍ରଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ମୃତ ଛାତ୍ରଙ୍କ ନାଁ ଚିରାଗ ଜୈନ। କଲେଜ ହଷ୍ଟେଲ ଛାତ ଉପରୁ ପଡ଼ି ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ମଙ୍ଗଳବାର ଚିରାଗ ହଠାତ୍‌ ହଷ୍ଟେଲ ଛାତ ଉପରୁ ଗଳି ପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି।

ଚିରାଗ ହେଉଛନ୍ତି ପୁନେ ମହାରାଷ୍ଟ୍ରର ବାସିନ୍ଦା। ତେବେ ହଷ୍ଟେଲ ଛାତ ଉପରୁ ସେ କିଭଳି ତଳକୁ ଖସିଲେ ସନ୍ଦେହ ଘେରରେ। ଏହା ଏକ ଆତ୍ମହତ୍ୟା ନା ତାଙ୍କୁ କିଏ ଛାତ ଉପରୁ ଠେଲି ହତ୍ୟା କରିଛି, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

Comment