ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟର ବିଭିନ୍ନ ଅଞ୍ଚଳରେ ସୋମବାର ଘଡ଼ଘଡ଼ି ସହ ବର୍ଷା ହୋଇଛି। ଏଥିରେ ମୋଟ ୯ ଜଣଙ୍କ ପ୍ରାଣ ହାନି ଘଟିଥିବା ସୂଚନା ମିଳିଛି।

ନବରଙ୍ଗପୁର ପାପଡ଼ାହାଣ୍ଡି ବ୍ଲକ ମାଝିଗୁଡ଼ାରେ ବଜ୍ରପାତ ଘଟି ଜଣେ ନାବାଳକ ପ୍ରାଣ ହରାଇଛନ୍ତି। ସେହିପରି ଆନନ୍ଦପୁର କାଠକଟା ବିର୍ସାମୁଣ୍ଡା ପଡ଼ିଆରେ ମଧ୍ୟ ଜଣେ ବଜ୍ରପାତରେ ପ୍ରାଣ ହରାଇଛନ୍ତି।

ଏଥିସହିତ କେନ୍ଦ୍ରାପଡ଼ା ମହାକାଳପଡ଼ା ବାରଡ଼ାଙ୍ଗ ଗାଁର ଜଣେ, ଜଗତସିଂହପୁର ବାଲିକୁଦା ବରଗୁଡ଼ିପଡ଼ାରେ ଜଣେ, ଢ଼େଙ୍କାନାଳରେ ୨ ମହିଳା ଏବଂ ସଦର ଥାନା ରାଇଡିହି ଓ ଦଣ୍ଡାରଗଡ଼ିରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ସେହିପରି କଟକ ଟାଙ୍ଗି ବ୍ଲକ ସଫା ପଞ୍ଚାୟତର ସୁଆରୀ ଗାଁରେ ମଧ୍ୟ ବଜ୍ରପାତ ଘଟି ଜଣେ ଯୁବକ ପ୍ରାଣ ହରାଇଛନ୍ତି।

Comment