ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ମୁକାବିଲା ପାଇଁ ଗଞ୍ଜାମ ଯିବେ ୨ ଆଇଏଏସ୍ ଅଫିସର। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଦୁଇ ଅଫିସରଙ୍କୁ ସ୍ପେଶାଲ ଏଡିଏମ୍ ଭାବେ ନିଯୁକ୍ତ କରାଯାଇଛି।

ଆଇଏଏସ ପାରୁଲ ପଟାୱାରୀ ଓ ବିଶାଲ ସିଂହଙ୍କୁ ସ୍ୱତନ୍ତ୍ର ଏଡିଏମ ଭାବେ ଦାୟିତ୍ୱ ଦିଆଯାଇଛି। ଏହି ଦୁଇ ଅଫିସର ଗଞ୍ଜାମ ଜିଲ୍ଲାରେ କରୋନାକୁ ମୁକାବିଲା କରିବା ଦିଗରେ କାମ କରିବେ। ଆଇଏଏସ୍ ଅଫିସର ପାରୁଲ ପଟାୱାରୀ ଛତ୍ରପୁର ଉପଖଣ୍ଡ ଅଞ୍ଚଳରେ କରୋନା ପରିଚାଳନା ଦାୟିତ୍ୱ ସମ୍ଭାଳିବେ। ସେହିପରି ଆଇଏଏସ୍ ଅଫିସର ବିଶାଲ ସିଂହ ଭଞ୍ଜନଗର ଉପଖଣ୍ଡର କରୋନା ପରିଚାଳନା କରିବେ ବୋଲି ଜଣାପଡ଼ିଛି।

ରାଜ୍ୟରେ ଏବେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଗଞ୍ଜାମ ଜିଲ୍ଲାରେ ସଂକ୍ରମଣ ଶିଖର ଛୁଇଁଛି। ଆଜି ସୁଦ୍ଧା ଜିଲ୍ଲାରେ ପଜିଟିଭ୍ ସଂଖ୍ୟା ୨ ହଜାର ଟପିଥିବାବେଳେ ଏବେ ବି ୯୧୭ ଜଣ ଆକ୍ରାନ୍ତ ସକ୍ରିୟ ଅଛନ୍ତି।

Comment