ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜସ୍ଥାନରେ ଉତପାତ କରୁଛନ୍ତି ପଙ୍ଗପାଳ ଦଳ। ବ୍ୟାପକ ଖାଦ୍ୟଶସ୍ୟ ନଷ୍ଟ କରିବା ପରେ ପଙ୍ଗପାଳଙ୍କୁ ମାରିବା ପାଇଁ ରାଜସ୍ଥାନରେ ଏକ ନିଆରା ଯୋଜନା କରାଯାଇଛି। ପଙ୍ଗପାଳଙ୍କୁ ମାରିବା ପାଇଁ ବାୟୁସେନାର ଏକ ହେଲିକପ୍ଟର ନିୟୋଜିତ ହୋଇଛି।

ପଙ୍ଗପାଳ ଉଡ଼ୁଥିବା ସ୍ଥାନରେ ହେଲିକପ୍ଟର ଦ୍ୱାରା ଆକାଶମାର୍ଗରୁ କୀଟନାଶକୁ ସିଞ୍ଚନ କରାଯାଉଛି। ପଙ୍ଗପାଳଙ୍କୁ ମାରିବା ଦେଶରେ ପ୍ରଥମ ଥର ଏଭଳି ପଦକ୍ଷେପ ନିଆଯାଇଛି।

ରବିବାର ରାଜସ୍ଥାନର ପ୍ରାୟ ୩୫୨ ହେକ୍ଟର ଚାଷ ଜମିରେ କୀଟନାଶକ ସିଞ୍ଚନ କରାଯାଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ପଙ୍ଗପାଳ ଯୋଗୁଁ ରାଜସ୍ଥାନରେ ବ୍ୟାପକ ଫସଲ ନଷ୍ଟ ହେବା ପରେ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

Comment