ଓଡ଼ିଶାଲାଇଭ୍ ବ୍ୟୁରୋ 
ଟ୍ରାଫିକ୍ ସିଗ୍ନାଲରେ ଆପଣ ତିନୋଟି ରଙ୍ଗର ଲାଇଟ୍ ଦେଖିବାକୁ ପାଉଥିବେ। ଲାଲ, କମଳା ଓ ସବୁଜ ରଙ୍ଗର ସିଗନାଲ୍ ଲାଇଟ୍। ତେବେ ଆପଣ ଜାଣିଛନ୍ତ କି, କଣ ପାଇଁ ଟ୍ରାଫିକ୍ ପୋଷ୍ଟରେ ଏହି ରଙ୍ଗର ଲାଇଟ୍ ବ୍ୟବହାର ହୋଇଥାଏ। ଅନ୍ୟରଙ୍ଗର ଲାଇଟ୍ କଣ ପାଇଁ ବ୍ୟବହାର କରାଯାଏନି। ଆସନ୍ତୁ ଜାଣିବା ଟ୍ରାଫିକ୍ ଲାଇଟ୍ ପଛରେ ରହିଥିବା ସେହି ରହସ୍ୟର କାରଣ..
ରାସ୍ତାରେ ସୁରକ୍ଷିତ ଭାବେ ଯିବାଆସିବା କରିବା ପାଇଁ ଏହି ତିନୋଟି ରଙ୍ଗର ଅର୍ଥ ଆପଣ ଜାଣିବା ନିହାତି ଆବଶ୍ୟକ। ଟ୍ରାଫିକ୍ ପୋଷ୍ଟରେ ଲାଲ୍ ରଙ୍ଗର ଲାଇଟ୍ ବ୍ୟବହାର କରିବା ପଛର କାରଣ ହେଲା ଏହି ଲାଇଟ୍ ଅନ୍ୟ ସମସ୍ତ ଲାଇଟଠାରୁ ଅଧିକ ଦୂର ପର୍ଯ୍ୟନ୍ତ ଦେଖାଯାଇଥାଏ। ଏହାସହ ଲାଲ ରଙ୍ଗର ଅର୍ଥ ହେଲା ବିପଦ। ତେଣୁ ଟ୍ରାଫିକରେ ଲାଲ ଲାଇଟ୍ ଜଳିଲେ ଆଗରେ ବିପଦ ଅଛି। ତେଣୁ ଆପଣ ନିଜର ଗାଡ଼ିକୁ ରଖନ୍ତୁ ବୋଲି ସୂଚନା ଦିଆଯାଇଥାଏ।
ସେହିପରି କମଳା ରଙ୍ଗର ବ୍ୟବହାର ପଛରେ ମଧ୍ୟ ଏକ ବିଶେଷ କାରଣ ରହିଛି। କମଳା ରଙ୍ଗ ଶକ୍ତି ଏବଂ ସୂର୍ଯ୍ୟଙ୍କ ଚିହ୍ନ ବୋଲି ଗ୍ରହଣ କରାଯାଇଥାଏ। ତେଣୁ କମଳା ରଙ୍ଗର ଲାଇଟ୍ ଜଳିଲେ ଜଣାପଡ଼ିଥାଏ କି, ଆପଣ ଏବେ ନିଜର ଗାଡ଼ିକୁ ଚଲାଇବା ପାଇଁ ଶକ୍ତି ସଞ୍ଚୟ କରିନିଅନ୍ତୁ ଏବଂ ଗାଡ଼ି ଚଲାଇବା ପାଇଁ ପ୍ରସ୍ତୁତ ରୁହନ୍ତୁ।
ଅନ୍ୟପଟେ ସବୁଜ ରଙ୍ଗର ଲାଇଟର ଅର୍ଥ ହେଲା ଆପଣ ଏବେ ଆଗକୁ ଯିବାକୁ ଅନୁମତି ଅଛି। ସବୁଜ ରଙ୍ଗ ହେଉଛି ଶାନ୍ତିର ପ୍ରତୀକ। ଟ୍ରାଫିକ୍ ପୋଷ୍ଟରେ ଲାଲ ରଙ୍ଗର ବିପରୀତ ଭାବେ ଏହି ରଙ୍ଗର ବ୍ୟବହାର କରାଯାଇଥାଏ। ଏହି ରଙ୍ଗର ଲାଇଟ୍ ଜଳିଲେ ଆପଣଙ୍କୁ ଗାଡ଼ି ଚଳାଇବା ପାଇଁ ସବୁଜ ସଙ୍କେତ ମିଳିଥାଏ।