ଡ଼ିଶାଲାଇଭ ବ୍ୟୁରୋ

  • ବ୍ରହ୍ମପୁର ମହାନଗର ନିଗମ ସଟ୍‌ଡାଉନ୍‌
  • ହିଞ୍ଜିଳିକାଟୁ ମ୍ୟୁନିସିପାଲଟି ସମେତ ସମସ୍ତ ଏନଏସି ବନ୍ଦ
  • ୫ଟି ବ୍ଳକ ମୁଖ୍ୟାଳୟ ବି ବନ୍ଦ ରହିବ

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାର ସମସ୍ତ ସହରାଞ୍ଚଳକୁ ପାଞ୍ଚ ଦିନିଆ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହି ଘୋଷଣା କରିଛନ୍ତି। ଆଜିଠୁ ୧୩ ତାରିଖ ପର୍ଯ୍ୟନ୍ତ ଏହି ସଟ୍‌ଡାଉନ୍‌ ରହିବ। ହିଞ୍ଜିଳିକାଟୁ ମ୍ୟୁନିସିପାଲଟି, ବ୍ରହ୍ମପୁର ମହାନଗର ନିଗମ ସମେତ ସମସ୍ତ ଏନଏସି ଏବଂ ୮ଟି ବ୍ଲକ ମୁଖ୍ୟାଳୟ ବନ୍ଦ ରହିବ।CGU newଜଗନ୍ନାଥପ୍ରସାଦ, ସାନଖେମୁଣ୍ଡି, ଧରାକୋଟ, ପାତ୍ରପୁର, ଶେରଗଡ଼ ବ୍ଲକ ସଟ୍‌ଡାଉନ୍‌ ରହିବ। ପାଞ୍ଚ ଦିନିଆ ସଟ୍‌ଡାଉନ୍‌ ଭିତରେ ଘର ଘର ବୁଲି ସର୍ଭେ କରାଯିବ। ଏଥିପାଇଁ ୨୦୦ଟି ଟିମ୍‌ ଗଠନ କରାଯାଇଛି। ପ୍ରତି ଟିମରେ ଜଣେ ଲେଖାଏ ଡାକ୍ତର ରହିଛନ୍ତି। ସର୍ଭେ ବେଳେ ସବୁ ଲୋକ ଘରେ ଉପସ୍ଥିତ ରହିବା ଦରକାର ବୋଲି ଜିଲ୍ଲାପାଳ କହିଛନ୍ତି। କେବଳ ବ୍ରହ୍ମପୁର ମହାନଗର ଅଞ୍ଚଳ ପାଇଁ ୧୦୦ ଏବଂ ଅନ୍ୟ ଅଞ୍ଚଳ ପାଇଁ ୧୦୦ ଟିମ୍‌ ଗଠନ କରାଯାଇଛି।

ଗତ ସପ୍ତାହରେ ବ୍ରହ୍ମପୁର ମହାନଗର ନିଗମକୁ ୪ ଦିନିଆ ସଟ୍‌ଡାଉନ୍‌ ଘୋଷଣା କରାଯାଇଥିଲା। ହେଲେ କରୋନା ସ୍ଥିତି ନିୟନ୍ତ୍ରଣ ହେଉ ନଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ସମସ୍ତ ସହରାଞ୍ଚଳକୁ ସଟ୍‌ଡାଉନ୍‌ କରିବାକୁ ନିଷ୍ପତ୍ତି ନିଆଯାଇଛି।

Comment