ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାକସ୍ତାନରେ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ଭାରତୀୟ ନାଗରିକ କୁଳଭୂଷଣ ଯାଦବ ତାଙ୍କ ମାମଲାର ପୁନର୍ବିଚାର କରିବାକୁ ଚାହୁଁନଥିବା ଦର୍ଶାଇଛି ପାକସ୍ତାନ। ଏହାକୁ ନେଇ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ଆପତ୍ତି ଉଠାଇଛି। ଏହାସହିତ କୁଳଭୂଷଣଙ୍କୁ ଧମକ ଚମକ ଦେଇ ଏଭଳି କରାଯାଇଥିବା କୁହାଯାଉଛି।

ପାକିସ୍ତାନର ଆର୍ମି କୋର୍ଟ ଦେଇଥିବା ମୃତ୍ୟୁ ଦଣ୍ଡର ପୁନର୍ବିଚାର କରିବାକୁ ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍‌ ଜଷ୍ଟିସ ନିର୍ଦ୍ଦେଶ ଦେଇଥିଲେ। କୁଳଭୂଷଣଙ୍କ ଗତ ଜୁନ ୧୭ ତାରିଖରେ ପୁନର୍ବିଚାର ଆବେଦନ କରିବାକୁ କୁହାଯାଇଥିଲେ ବି ସେ ଆବେଦନ ନକରି ରାଜକ୍ଷମା ଆବେଦନ କରିବାକୁ ଚାହୁଁଥିବା ପାକିସ୍ତାନ ଦର୍ଶାଇଛି।CGU new

କିନ୍ତୁ ଏହାକୁ ସ୍ୱୀକାର କରୁନାହିଁ ଭାରତୀୟ ବୈଦେଶିକ ମନ୍ତ୍ରାଳୟ। କୁଳଭୂଷଣଙ୍କ ଉପରେ ଚାପ ପକାଇ ପାକସ୍ତାନ ଏଭଳି କରୁଥିବା କୁହାଯାଇଛି।

ଗତବର୍ଷ ଜୁଲାଇରେ ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍‌ ଜଷ୍ଟିସ କୁଳଭୂଷଣଙ୍କ ମୃତ୍ୟୁ ଦଣ୍ଡର ପୁନର୍ବିଚାର କରିବାକୁ ନିର୍ଦ୍ଦେଶ ଦେବା ସହି ଫାଶୀ ଉପରେ ରୋକ ଲଗାଇଥିଲେ। ଏହାସହିତ ତାଙ୍କୁ ଦୂତାବାସ ସହାୟତା ବଞ୍ଚିତ କରିଥିବାରୁ ପାକସ୍ତାନ ଭିଏନା ଚୁକ୍ତିର ଖିଲାପ କରିଥିବା କୋର୍ଟ କହିଥିଲେ।

Comment