ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଦିନକୁ ଦିନ କରୋନା ସ୍ଥିତି ବେକାବୁ ହେବାରେ ଲାଗିଛି। ଏହାକୁ ଧ୍ୟାନରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଉଛି। ଶନିବାର ଏହି କ୍ରମରେ ଅନୁଗୁଳ ଜିଲ୍ଲାକୁ ଗଞ୍ଜାମ ଓ ଯାଜପୁରବାସୀଙ୍କୁ ମନା ହୋଇଛି।

ଯାଜପୁର ଓ ଗଞ୍ଜାମ ଜିଲ୍ଲାର କୌଣସି ଲୋକ ଅନୁଗୁଳ ଜିଲ୍ଲା ଭିତରେ ପ୍ରବେଶ କରିପାରିବେ ନାହିଁ। ଯଦି କୌଣସି ଜରୁରୀ କାମରେ ଏହି ଦୁଇ ଜିଲ୍ଲାର ଲୋକ ଅନୁଗୁଳ ଆସନ୍ତି ତେବେ ସେମାନେ କ୍ୱାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ ବୋଲି କୁହାଯାଇଛି। ଏନେଇ ଅନୁଗୁଳ ଜିଲ୍ଲାପାଳ ସୂଚନା ଦେଇଛନ୍ତି।CGU new

ରାଜ୍ୟରେ ଏବେ ଗଞ୍ଜାମ ଓ ଯାଜପୁରରେ କରୋନା ସ୍ଥିତି ଅସମ୍ଭାଳ ରହିଛି। ଏହି ଦୁଇ ଜିଲ୍ଲା ଏବେ କରୋନାର ହଟସ୍ପଟ ହୋଇଯାଇଛି। ତେଣୁ ଏହାକୁ ଧ୍ୟାନରେ ରଖି ଅନୁଗୁଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି।

Comment